ଶ୍ରମିକ ୟୁନିୟନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
ଜଟଣୀ,--- ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ,ଖୋର୍ଦ୍ଧା ମଣ୍ଡଳ ପକ୍ଷରୁ ମଣ୍ଡଳ ପରିଚାଳକ ଶ୍ରୀ ରିଙ୍କେଶ ରାୟ ଏବଂ ତାଙ୍କର ଧର୍ମପନ୍ଥୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା ଙ୍କୁ ବିଦାୟକାଳୀନ ସମ୍ବର୍ଧନା ଖୋର୍ଦ୍ଧା ମଣ୍ଡଳ ସ୍ଥିତ ନୂତନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ରୋଡ ରେଳ ମଣ୍ଡଳରେ ହୋଇଥୁବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଶ୍ରୀ ପି. କେ , ପାଟଶାହାଣୀ ମଣ୍ଡଳ ପରିଚାଳକ ଶ୍ରୀ ରିଙ୍କେ ଶ ରାୟ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଶ୍ରୀ ରାୟ ନିଜ ଅଭିଭାଷଣରେ ଶ୍ରମିକ ୟୁନିଅନ ସର୍ବଦା ପ୍ରଶାସନ ଏବଂ କର୍ମଚାରୀ ମାନଙ୍କ ପାଇଁ ଯେଉଁସବୁ କାର୍ଯ୍ୟ କରିଅଛି ସେସବୁକୁ ମନେପକାଇ ଭୁରି ଭୁରି ପ୍ରଶଂସା କରିଥିଲେ । ଶ୍ରୀମତୀ ଜେନା ଶ୍ରମିକ ୟୁନିଅନର ସମସ୍ତ କମ୍ରେଡ ମାନଙ୍କୁ ଧନ୍ୟବାଦ ଦେବା ସହ ମହିଳା ମାନଙ୍କୁ ଆଗକୁ ନେଲ ଚାଲିବାର ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ସଭାକୁ ମଣ୍ଡଳ ସଂଯୋଜକ ରଞ୍ଜିତ କୁମାର ଦାସ ସଭାପତିତ୍ୱ କରିଥିଲେ । ଏବଂ ଶେଷରେ ସଭାପତି ଶ୍ରୀ ଆର. ଭି. ଏସ,ଏସ ରାଓ ଧନ୍ୟବାଦ ଜ୍ଞାପନ କରିଥିଲେ ।ଏହି ସଭାରେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନର ସାଧାରଣ ସମ୍ପାଦକ ପି କେ ପାଟଶାହାଣୀ, ସଭାପତି ଶ୍ରୀ ର ଆର ଭି. ଏସ ଏସ ରାଓ, ଖୋର୍ଦ୍ଧା ମଣ୍ଡଳର ମଣ୍ଡଳ ସଂଯୋଜକ ରଞ୍ଜିତ କୁମାର ଦାସ, ଖୋର୍ଦ୍ଧା ମଣ୍ଡଳ ଉପ ମଣ୍ଡଳ ସଂଯୋଜକ ସଚ୍ଚିଦାନନ୍ଦ ରାଉତ,ଉପ ମଣ୍ଡଳ ସଂଯୋଜକ ଏଚ.ଏମ.ମୁରଲୀକୃଷ୍ଣ ଏମ ରାମକୃଷ୍ଣା, ମନୋଜ ପାଣ୍ଡେ, ବିଦ୍ୟାଧର କେନା, ପି କେ ପଣ୍ଡା, ପ୍ରମୋଦ ରାୟ, ପ୍ରଦୀପ ବେହେରା, ନିର୍ମଳ ପରିଡା, ଇତିଶ୍ରୀ ନିଦେଦିତା ସାହୁ, କମ୍ରେଡ଼ ସମ୍ମିତା ସରକାରଙ୍କ ସମେତ ସଙ୍ଗଠନର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ। ଖୋର୍ଦ୍ଧା ମଣ୍ଡଳର ନୂତନ ଭବେ ଦାଇତ୍ଵ ଗ୍ରହଣ କରିଥିବା ମଣ୍ଡଳ ପରିଚାଳକ ଶ୍ରୀ ଏ. ଏସ ବାଜାବାଙ୍କର ଭବ୍ୟ ସ୍ବାଗତ କରାଯାଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୭/୨୦୨୩----୯,୪୫ Sakhigopal News,26/7/2023
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୭/୨୦୨୩----୯,୪୫ Sakhigopal News,26/7/2023