Breaking News

ବିବାହ ପ୍ରତିଶୃୁତି ଦେଇ ଶାରୀରିକ ସମ୍ପର୍କ ; ପରେ ହତ୍ୟା କରିବା ପାଇଁ ଷଡଯନ୍ତ୍ର,ଥାନାରେ ଅଭିଯୋଗ

 

ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ଅଠାଇଶ ଗ୍ରାମର ଭଗବାନ ମହାପାତ୍ରଙ୍କ ଝିଅ ଲିପିସା ମହାପାତ୍ର  ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି ଯେ ବଳଙ୍ଗା ଥାନା ଅନ୍ତର୍ଗତ ଉଛୁପୁର ଗ୍ରାମର ରୂପକ ଗୁରୁ ବିବାହ ପ୍ରତିଶୃୁତିଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥଲେ । ବିବାହ କଥା ଉଠାଇବାରୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ୨୧୮/୨୩ରେ ଏକ କେସରୁଜ କରାଯାଇଛି । ସୁଚନାଯୋଗ୍ୟ ରେ ଲିପିସାଙ୍କୁ  ଗୁରୁ ବିବାହ ପ୍ରତିଶୃୁତି ଦେଇ ଭୁବନେଶ୍ୱର ନେଇ ଗୁରୁର ସାଙ୍ଗ ଘରେ ରଖିଥଲା । ପରେ ଗୁରୁଙ୍କ ଘର ଉଛୁପୁର ଗ୍ରାମକୁ ଫେରିଥିଲେ । ବିବାହ କଥା ଲିପିସା ବାରମ୍ବାର କହିବାରୁ ଗୁରୁଙ୍କ ବାପା ସୁରଥ ଗୁରୁ, ବୋଉ- ଠୁକୁରୀ ଗୁରୁଓ ତାଙ୍କ ଝିଅ ଗୀତାଞ୍ଜଳି ଗୁରୁ ଧମକ ଦେଇ ବିବାହ କଥାକୁ ଆଡେଇ ଦେଉଥିଲେ । ଏହା ସହିତ ସାରୀରିକ ଓ ମାନସିକ ଯନ୍ତ୍‌ଣା ଦେଇ ଆସୁଥିଲେ ବୋଲି ଲିପିସା ଥାନାରେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏପରିକି ଗୋଟିଏ ଘରେ କଏଦୀ କରି କାହା ସହିତ ଦେଖା ବା କଥା ବାର୍ତ୍ତା କରିବାକୁ ଦେଉନଥିଲେ । ବାପ ଘରୁ ସୁନା ରୂପା ଓ ନଗଦ ଟଙ୍କା ଆଣିବା ପାଇଁ ଗୁରୁଙ୍କ ପରିବାର ଲୋକମାନେ ଚାପ କରି ଆସୁଥିଲେ । ଏ କଥା ନଶୁଣିବାରୁ ଲିପିସାଙ୍କୁ ଅନେକ ଥର ମାରଧର କରାଯାଇଥିଲା । ଏପରିକି ଗୁରୁ ତାଙ୍କ ବାପା, ମା ଓ ଗୁରୁର ଭଉଣୀ ମିଳିତ ଭାବେ ଲିପିସାଙ୍କ ବେକ ଚିପି ଧରିବା ସହ ମୁଣ୍ଡ ଓ ପିଠିକୁ ମାଡ ମାରିଥିଲେ । ଲିପି ବେହେସ ହୋଇ ତଳେ ପଡିଯାଇଥିଲେ । ଗୁରୁ ପରିବାର ଲୋକମାନେ ଭାବିଥିଲେ ଯେ ଲିପିସା ମରି ଯାଇଛି । ଏଣୁ କିଛି ସମୟ ପରେ ଚେତା ଫେରିବାରୁ ଲୁଚିକରି  ବାପାଙ୍କୁ ଫୋନ କରି ତୁରନ୍ତ ମତେ ଉଦ୍ଧାର କରିବା ପାଇଁ କହିଥିଲେ । ଲିପିସାଙ୍କ ବାପା ତୁରନ୍ତ ଆସି ସେମାନଙ୍କ ଠାରୁ ଉଦ୍ଦାର କରି ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା କରାଇଥିଲେ । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଲିପିସା ଦାବି କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୭/୨୦୨୩---୮,୧୦   Sakhigopal News, 22/7/2023

Blog Archive

Popular Posts