ତମାକୁ ମୁକ୍ତ ଭାରତ ପାଇଁ ସଚେତନତା ; ବିଦ୍ୟାଳୟର ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାତରେ ତମାକୁ ମୁକ୍ତ ଭାରତ କରିବା ପାଇଁ ସାକ୍ଷୀଗୋପାଳ ସ୍ଥିତ ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସଚେତନତା କରାଯିବା ସହ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ର୍ୟାଲି ଓ ପ୍ରତିଯୋଗିତା କରାଯାଇଥିଲା । ସତ୍ୟବାଦୀ ବ୍ଳକର ଜନ ସ୍ୱାସ୍ଥ୍ୟ ସମ୍ପସାରଣ ଅଧିକାରିଣୀ କ୍ଷେତ୍ରମଣି ସେଠୀଙ୍କ ତତ୍ୱବଧାନରେ ତମାକୁ ବର୍ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଜୟଦୁର୍ଗା ନୋଡାଲ ହାଇସ୍କୁଲ, ଗୋପବନ୍ଧୁ ଜନ୍ମପୀଠ ନୋଡାଲ ହାଇସ୍କୁଲ, କେତକୀପାଟରା ନୋଡାଲ ହାଇସ୍କୁଲ, ପଞ୍ଚସଖା ହାଇସ୍କୁଲ ମାଳସାହି , ତୁତୀୟାଦେବ ନୋଡାଲ ବିଦ୍ୟା ନିକେତନ ଓ ମଧୁବନ ନୋଡାଲ ହାଇସ୍କୁଲର ଚାତ୍ରା ଛାତ୍ରୀ ମାନଙ୍କୁ ନେଇ ତମାଖୁ ସେବନ କର ବର୍ଜନ , ନ ହେଲେ ନେବ ସେ ଆମ ଜୀବନ ଆଦି ସ୍କୋଗାନ ଦେଇ ବିଭିନ୍ନ ଗ୍ରାମ ଓ ବଜାର ପରିକ୍ରମା କରାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଏହା ସହିତ ପିଲା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପିଲା ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରଷ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆୟୁଶ ଡ.ଶୁଭାସିତ ଦାଶ, ଡ.ସøମୁତ୍ରୀ ମହାନ୍ତି ଓ ଡ.ନଳିନି ଜେନା ଯୋଗ ଦେଇ ତମାଖୁ ସେବନ ଦ୍ୱାରା ଆମର ଜୀବନ କିପରି ନେଉଛି ତାହା ପିଲାମାନଙ୍କୁ ବୁଝାଇଥିଲେ । ମହିଳା ଓପୁରଷ ସ୍ୱାସ୍ଥ୍ୟକର୍ମୀ ସୁଶାନ୍ତ କୁଣ୍ଡୁ, ଯୁଧିଷ୍ଠିତର ସେନାପତି, ସସ୍ମିତା ଭୋଇ, ସ୍ନେହଲତା ଦଳାଇ, ଚିନ୍ମୟ ବରାଳ,ମଧୁଛନ୍ଦା ମହାପାତ୍ର କାର୍ଯ୍ୟକ୍ରମକୁ ସଠିକ ଭାବେ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୭/୨୦୨୩---୭,୧୦
Sakhigopal News , 23/7/2023