Breaking News

ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା



ଭଞ୍ଜନଗର------ ରାଜ୍ଯରେ 
ଦିନକୁ ଦିନ ମାଣ୍ଡିଆ ଖାଦ୍ୟ ର ଚାହିଦା ବୃଦ୍ଧି ପାଉଛି। ୨୦୧୭ ମସିହାରେ ଯେତିକି ମାଣ୍ଡିଆ ଚାଷୀ ଥିଲେ ବର୍ତ୍ତମାନ ତାହା ବହୁଗୁଣ ବଢିଯାଇଛି।   ଅନ୍ୟ ଖାଦ୍ୟ ଅପେକ୍ଷା ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ଭଲ।  ତେଣୁ ମାଣ୍ଡିଆ ଉତ୍ପାଦନ ବୃଦ୍ଧି ଏବଂ ଏହାର ଖାଦ୍ୟରେ ବ୍ୟବହାର କିଭଳି ବୃଦ୍ଧି ପାଇବ ସେଥିପାଇଁ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।  ଏହିଭଳି ଗତକାଲି ଜଗନ୍ନାଥପ୍ରସାଦ ବ୍ଲକର ୫ ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ନେଇ ମାଣ୍ଡିଆ ରୁ ପ୍ରସ୍ତୁତ ମୂଲ୍ୟଯୁକ୍ତ ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଉପରେ ଜିରାବାଡ଼ି ଠାରେ ଏକ ପ୍ରତିଯୋଗିତା ହୋଇଥିଲା। ଏହାକୁ ଜିରାବାଡ଼ି ସରପଞ୍ଚ ସରୋଜ କୁମାର ନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। 

 କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ଯ ବୈଜ୍ଞାନିକ ଡଃ ସୁତନୁ କୁମାର ଶତପଥୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଜ୍ଞାନିକ ଡଃ ସନ୍ତୋଷ କୁମାର ସାମନ୍ତରାୟ, ଅନିତା ପାତ୍ର,  ସନ୍ତୋଷ କୁମାର ବେହେରା, ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗୋଷ୍ଠୀ ପ୍ରକଳ୍ପ ସଂଯୋଜିକା ସୀତା ବରାଳ, ସାଗର କୁମାର ବେହେରା,  ଜୟକୃଷ୍ଣ ଗୌଡ, ସନ୍ତୋଷ ଷଡଙ୍ଗୀ, ମହେନ୍ଦ୍ର ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ଚାଷ ପ୍ରଣାଳୀ ସମ୍ପର୍କରେ କହିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୭/୨୦୨୩-----୫,୧୦ Sakhigopal News,28/7/2023

Blog Archive

Popular Posts