Breaking News

ନଡିଆ ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ବୃଦ୍ଧ ମୃତ



ଭଞ୍ଜନଗର - ତାରସିଂ ଥାନା ଅନ୍ତର୍ଗତ କେକଳବା ଗ୍ରାମ ନିକଟରେ ନଡିଆ ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ଜଣେ ବୁଦ୍ଧଙ୍କର ମୃତ ଘଟିଛି। ସେହେଲେ କେକଳବା ଗ୍ରାମର କ୍ଷେତ୍ର ବେହେରା । ଖବର ନେବାରେ ରବିବାର ସକାଳୁ ଗ୍ରାମ ନିକଟ ନାଳକୁ ଗାଧେଇବାକୁ ଯାଇ ଘରକୁ ଫେରୁଥିବା ସମୟରେ ଦଶପଲ୍ଲାରୁ ଭଞ୍ଜନଗର ଅଭିମୁଖେ ଦୁତଗତିରେ ପିକଅପ ଗାଡ଼ିଟି ଆସି ଧକ୍କା ଦେବାରୁ ବୃଦ୍ଧ ଜଣକ ଛିଟିକି ରାସ୍ତା ଉପରେ ପଡ଼ିଥିଲେ । ଫଳରେ ତାଙ୍କ ର ମୁଣ୍ଡରେ  ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।  ଗାଡ଼ିଟି  ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା  । ତାରସିଂ  ଥାନା  ଏସଆଇ ସମୀର ରାଉତ ଘଟଣା ସ୍ଥଳରେ ପହଞ୍ଚି  ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡି ଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ  ପିଛା କରାଯାଇଥିଲା । ଶେଷରେ ବେଲଗୁଣ୍ଠା ପୋଲିସ ସହାୟତାରେ ଉକ୍ତ ଗାଡିକୁ ଜବତ କରାଯାଇ ତାରସିଂ ପୁଲିସ କୁ ହସ୍ତାନ୍ତର କରାଯାଇଥିଲା ।  ଭଂଜନଗର ଠାରେ ମୃତଦେହ କୁ ବ୍ୟବଛେଦ କରିବା ସହ ଥାନା କେସ ନଂ ୨୫୧/୨୩ ରେ  ଏକ ମାମଲା ରୁଜୁ କରି ତାରସିଂ ଥାନା  ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୭/୨୦୨୩----୮,୫୦ Sakhigopal News,30/7/2023

Blog Archive

Popular Posts