ଡିଆରଏମ ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଲା ଶ୍ରମିକ କଂଗ୍ରେସ
ଜଟଣୀ ---- ସ୍ଥାନୀୟ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଠାରେ ଅବସ୍ଥିତ ବକ୍ସି ଜଗବନ୍ଧୁ ରେଳ ଇନଷ୍ଟିଚ୍ୟୁଟରେ ନୂତନ ଭାବେ ଯୋଗୋଦେଇଥିବା ମଣ୍ଡଳ ପ୍ରଭନ୍ଧକ ଶ୍ରୀ ହରଭଜନ ସିଂ ବାଜୁଆ ଙ୍କୁ ଶ୍ରମିକ କଂଗ୍ରେସ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସନ୍ଧ୍ୟାରେ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଏକ ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ମଣ୍ଡଳ ପ୍ରଭନ୍ଧକ ଶ୍ରୀ କଲ୍ୟାଣ ପଟ୍ଟନାୟକ, ବରିଷ୍ଟ ମଣ୍ଡଳ ବିଦ୍ୟୁତ୍ ଯନ୍ତ୍ରୀ(ସାଧାରଣ) ସଞ୍ଜୟ କୁମାର ରାଉତ, ବରିଷ୍ଠ କାର୍ମିକ ଅଧିକାରୀ ଆର୍ ଏନ୍ ଏ ପରିଡ଼ା, ବରିଷ୍ଠ ବିଦ୍ୟୁତ୍ ଯନ୍ତ୍ରୀ (ଓପୀ) ଅମିୟ ରଞ୍ଜନ ମହାନ୍ତି, ଅନ୍ୟାନ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଖୋର୍ଦ୍ଧାରୋଡ଼ ମଣ୍ଡଳର ସମସ୍ତ ବ୍ରାଞ୍ଚ ର ନେତୃବୃନ୍ଦ, କେନ୍ଦ୍ରୀୟ ପଦାଧିକାରୀ ସମେତ ପାଞ୍ଚଶହ ରୁ ଉର୍ଦ୍ଧ କର୍ମକର୍ତ୍ତା ଏହି ସଭାରେ ଉପସ୍ଥିତ ଥିଲେ। ପୂର୍ବତନ ମଣ୍ଡଳ ପ୍ରଭନ୍ଧକ ଶ୍ରୀ ରିଙ୍କେସ ରାୟ ଗତକାଲି ସ୍ଵେଚ୍ଛାକୃତ ଅବସର ନେଲାପରେ ଶ୍ରୀ ବାଯୁଆ ମଣ୍ଡଳ ପ୍ରଭନ୍ଧକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଆଜି ଶ୍ରମିକ କଂଗ୍ରେସ ପକ୍ଷରୁ ଗୋଟିଏ ମଞ୍ଚରେ ମଣ୍ଡଳର ସମସ୍ତ ଶାଖାର ସଭାପତି, ସମ୍ପାଦକ ଓ କେନ୍ଦ୍ରୀୟ ପଦାଧିକାରୀ ମାନେ ଫୁଲ ମାଳ, ଉତ୍ତରୀୟ ଓ ବିଭିନ୍ନ ଉପହାର ମାନ ଦେଇ ସ୍ବାଗତ ସମ୍ଭର୍ଦ୍ଧନା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହ ସଂଯୋଜକ ଶ୍ରୀ ସୁନୀଲ କୁମାର ଭଞ୍ଜ, କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ପ୍ରମୋଦ କୁମାର ସାହାଣୀ, ଶ୍ରୀ ଏମ ଜି କେ ରାଓ, ନିରଞ୍ଜନ ମିଶ୍ର, ଏ ଶ୍ରୀନିବାସ, ଭି ଏସ ପ୍ରସାଦ,ସୁବ୍ରତ ପଣ୍ଡା, ତ୍ରିଲୋଚନ ମହାନ୍ତି, ଶରତ ପଣ୍ଡା, ଆଶୁତୋଷ ବ୍ରହ୍ମା, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଧୁଷାସନ୍ ସାହୁ,ପି ରାଜା ରାଓ, ମୁସ୍ତାକ ଅଲି, ଜି ରାମ ମୋହନ ରାଓ, ସତ୍ୟ ରଞ୍ଜନ ପଟ୍ଟନାୟକ, ନାରୀନେତ୍ରୀ ରୁନି ବେହେରା, ଅର୍ପିତା ମହାନ୍ତି, ବି ଜାନକୀ, ବିଜୟଲକ୍ଷ୍ମୀ ଦାଶ, ପଙ୍କଜିନି ଗିଡ଼ିଲି ଓ କଟକ ଶାଖାର ସହ ସଂପାଦିକା ସୁମିତ୍ରା ପଣ୍ଡା ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ବୋଲି ମିଡିଆ ସେଲ୍ ର ମୁଖ୍ୟ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୭/୨୦୨୩----୫,୨୫ Sakhigopal News,27/7/2023