ପୋଲିସ ବାବୁଙ୍କ ମହାନତା, ଦୁର୍ଘଟଣାରେ ମୃତ ଗାଈକୁ ପୋତିଲେ
କ ନୂଆଗାଁ -କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ମହାସିଙ୍ଗି ପଞ୍ଚାୟତ କାକା ବୁଡା ମନ୍ଦିର ପାର୍ଶ୍ଵ ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଏକ ଗାଈର ମୃତ୍ୟୁ ଘଟିଛି l ମୃତ ଗାଇଟି ଘଣ୍ଟା ଘଣ୍ଟା ଧରି ରାସ୍ତାରେ ପଡ଼ି ରହିଥିଲେ ମଧ୍ୟ୍ୟ କେହି ଲୋକ ମଧ୍ୟ୍ୟ ମୃତ ଗାଇଟିକୁ ଉଦ୍ଧାର କରିନ ଥିଲେ l ଘଟଣା ସମ୍ପର୍କରେ ଜାଣି ପାରି କ ନୂଆଗାଁ ଏସଆଇ ଉମାଶଙ୍କର ପେଣ୍ଟlଡି ନିଜ ଟିମ ସହ ଘଟଣା ସ୍ଥାଳରେ ପହଞ୍ଚି ଜେସିବି ସହାୟତା ରେ ମୃତ ଗାଈ ଟିକୁ ରାସ୍ତାରୁ ଉଦ୍ଧାର କରି ସ୍ଥାନିୟ ଜମିରେ ପୋତିଥିଲେ l ପୋଲିସ ବାବୁଙ୍କ ଏଭଳି ମହାନତା କୁ ଅଞ୍ଚଳ ବାସି ପ୍ରଶଂସା କରିଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୪/୭/୨୦୨୩---୧୦,୧୫ Sakhigopal News,24/7/2023