ଜନକଲ୍ଯାଣ ସେବା ଟ୍ରଷ୍ଟ ପକ୍ଷରୁ ଚାରାବଣ୍ଟନ
ଜଟଣୀ:---- ଜଟଣୀର ଅଗ୍ରଣୀ ସମାଜସେବୀ ସଂଗଠନ ଜନକଲ୍ଯାଣ ସେବାଟ୍ରଷ୍ଟ ଅଞ୍ଚଳରେ ପରିଚିତ । ଟ୍ରଷ୍ଟର ସଭାପତି ନବୀନ୍ କୁମାର ମହାପାତ୍ର ଙ୍କ ଅଧ୍କ୍ରୟକ୍ଷତାରେ ପ୍ରଥମଦିନରେ ୬୦ରୁ ଉର୍ଦ୍ଧ ଚାରା ବଣ୍ଟନ କରାଯାଇଛି | ଟ୍ରଷ୍ଟର ବରିଷ୍ଠ ସଦସ୍ଯ ହରପ୍ରସାଦ ମିଶ୍ର ଙ୍କ ସଂଯୋଜନା କ୍ରମେ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ବଡଜେନା,ଜଟଣୀର ଯୁବନେତ୍ରୁତ୍ୱ ସୁନୀଲ୍ କୁମାର ରାଉତରାୟ ଓ ମାର୍ୱାଡିଯୁବମଞ୍ଚ(ଜଟଣୀସହର) ସଭାପତି ସତୀଶ୍ ଶର୍ମା ଯୋଗ ଦେଇ ବୃକ୍ଷ ମହାତ୍ମା ଉପରେ ଆଲୋକ ପାତ କରିଥିଲେ । ଟ୍ରଷ୍ଟ ର ପରାମର୍ଶ ଦାତା ନରେନ୍ଦ୍ର ମୁଦୁଲି ଚାରାର କିପରି ଯତ୍ନ ନେବାକୁ ହେବ ବୃକ୍ଷ ପ୍ରେମୀ ଙ୍କୁ ସଚେତନ କରିଥିଲେ ।ଏହିପରିପ୍ରେକ୍ଷିରେ ଉପସଭାପତି ଏମ୍ଡି କରିମ୍,ସଂଗଠନ ସମ୍ପାଦକ ନୀଲୁପଟ୍ଟନାୟକ,ସଂଯୋଜକ ବିଭୁପ୍ରସାଦ ମହାନ୍ତୀ,ବରିଷ୍ଠ ସଦସ୍ଯ ବଂଶୀଧର ମଲିକ୍ ,ମହେଶ୍ୱର ସାହୁ,ପ୍ରଶାନ୍ତ ବେହେରା,ଜ୍ଞାନରଂଜନ ସାହୁ,ମିଡିଆସେଲ୍ ଅଧ୍ଯକ୍ଷ ମାନସ କୁମାର ରଥ ଓ ନୀଳାମ୍ବର ମିଶ୍ର କାର୍ଯ୍ଯକ୍ରମ ପରିଚାଳନା ରେ ସହୋଯୋଗ କରିଥିଲେ | ଏହିପରିପ୍ରେକ୍ଷିରେ ଜିତେନ୍ଦ୍ର ନାୟକ,ବିକିସାହୁ,ଦୀନବଂଧୁ ସୁବୁଧି,ଲିଟୁରଂଜନ ରାଉତରାୟ,ସଂଗ୍ରାମ ସାହୁ,ଋଦ୍ର ନାରାୟଣ ସାହୁ,ସୁଭାଶିଷ୍ ବେହେରା,ସତ୍ଯବ୍ରତ ତ୍ରିପାଠୀ ଯୋଗଦାନ କରିଥିଲେ । ଶେଷରେ ନିଉଜ୍ ଓଡିଶା ଓ ଜନକଲ୍ଯାଣ ସେବାଟ୍ରଷ୍ଟର ସମ୍ପାଦିକା ନର୍ମିତା ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୭/୨୦୨୩---୮,୪୫ Sakhigopal News,23/7/2023