Breaking News

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ପ୍ରଶ୍ନ ପତ୍ର ଲିକ ମାମଲା ରେ କନ୍ଧମାଳ ଜିଲ୍ଲାର ଜଣେ ଶିକ୍ଷକ ଗିରଫ


 କନ୍ଧମାଳ ---- ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ପ୍ରଶ୍ନ ପତ୍ର ଲିକ ମାମଲା ରେ କନ୍ଧମାଳ ଜିଲ୍ଲାର ଜଣେ ଶିକ୍ଷକ ବାଲେଶ୍ୱର ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି l ଗିରଫ ହୋଇଥିବା ଶିକ୍ଷକ ହେଲେ ବାଲିଗୁଡା ବ୍ଲକ ରୁତୁଙ୍ଗିଆ ପଂଚାୟତ ର ସିର୍ଶୀପାଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କନିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ l ଗୋବିନ୍ଦ 2018 ମସିହା ଏପ୍ରିଲ 4 ତାରିଖ ରେ ରୁତୁଙ୍ଗିଆ ପଞ୍ଚାୟତ ର ସିର୍ଶୀପାଙ୍ଗା ବିଦ୍ୟାଳୟ ରୁ ଶିକ୍ଷକ ଭାବେ ନିଜର ଚାକିରୀ ଆରମ୍ଭ କରିଥିଲେ l ହେଲେ ଗୋବିନ୍ଦ ଚଳିତ ମାସ 12 ତାରିଖ ଯାଇଁ ବିଦ୍ୟାଳୟ ରେ ଉପସ୍ଥିତ ରହିଥିବା ବେଳେ 13 ତାରିଖ ରୁ ଅନୁପସ୍ଥିତ ରହିଥିବା ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ କହିଛନ୍ତି l ତେବେ ଜୁଲାଇ 13 ତାରିଖ ରୁ ସେ ବିଦ୍ୟାଳୟ କୁ ଆସିନଥିବା ବେଳେ ଦେହ ଅସୁସ୍ଥ ଥିବା ସ୍କୁଲ ର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ଓଝା ଙ୍କୁ ଜଣେଇଥିଲେ l ତେବେ 13 ତାରିଖ ରୁ ଅନୁପସ୍ଥିତ ଥିବା ନେଇ କୌଣସି ଦରଖାସ୍ତ ଦେଇନଥିବା ଗୋଷ୍ଠି ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି l ତେବେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ନିଆ ଯିବ କହିଛନ୍ତି ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୯/୭/୨୦୨୩----୯,୪୫ Sakhigopal News,29/7/2023

Blog Archive

Popular Posts