ସାକ୍ଷୀଗୋପାଳ ଓଭରବ୍ରିଜ ପ୍ରତି ବିପଦ ସାଜିଛି ଗଛ; ଗଛ ମୁଳ ମୋଟା ହେଉଛି, ଡାଳ କଟା ଚାଲିଛି
ସାକ୍ଷୀଗୋପାଳ ---- ୩୧୬ନଂ ଜାତୀୟ ରାଜପଥର ଭୁବନେଶ୍ୱର-ପୁରୀ ରାସ୍ତାର ସାକ୍ଷୀଗୋପାଳ ଓଭରବ୍ରିଜଟି ଏବେ ବିପଦପୂର୍ଣ୍ଣ ଆଡକୁ ଯାଉଛି । ଏହି ଓଭରବ୍ରିଜଟି ସାକ୍ଷୀଗୋପାଳ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଜୟପୁର ଛକ ଠାରେ ଶେଷ ହୋଇଛି । ଯାହା ଫଳରେକି ପୁରୀ - ବ୍ରହ୍ମଗିରି ଯାଉଥିବା ଲୋକମାନେ ସେମାନେ ଗହଳିକୁ ନ ଯାଇ ଏହି ଓଭରବ୍ରିଜ ଦେଇ ଜାତୀୟ ରାଜପଥରେ ସିଧା ଯାଇ ପାରିବେ । ମାତ୍ର ଏବେ ଏହି ଓଭରବ୍ରିଜରେ ବିଭିନ୍ନ ଗଛ ଉଠିବା ଯୋଗୁ ଓଭରବ୍ରିଜ ପ୍ରତି ବିପଦ ମାଡି ଆସୁଛି ବୋଲି ଜଣେ ପିଡ୍ୟୁ ବିଭାଗର ସହକାରୀ ଯନ୍ତ୍ରୀ କହନ୍ତି । କାରଣ ଏହି ଗଛ ଗୁଡିକ ବଡ ହୋଇଗଲେ ନିଶ୍ଚିତ ଭାବେ ସିମେଣ୍ଟ ସ୍ଳାପ ଗୁଡିକକୁ ଫଠେଇ ଦେବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସେ କହନ୍ତି । ଏ ସମ୍ପର୍କରେ ଅନେକ ଥର ଖବର ପ୍ରକାଶିତ ହେବା ପରେ ଜାତୀୟ ରାଜପଥ ଅଧିକାରୀ ଲୋକ ଲଗାଇ କଛର ଡାଳ ଗୁଡିକ କାଟି ଦିଅନ୍ତି । ଯେପରି ରାସ୍ତାର ଡିଭାଇଡରେ ଲାଗିଥବା ଫୁଲଗଛ ଗୁଡିକ ପ୍ରତି ବର୍ଷ କଟାଯାଉଛି । ଠିକ ସେହିପରି ଓଭରବ୍ରିଜ ରେ ଉଠିଥବା ଗଛ ଗୁଡିକ ବିଭାଗୀୟ ପକ୍ଷରୁ ଲୋକ ଲଗାଇ ଗଛର ଡାଳ ଗୁଡିକ ଅରି ଦିଆଯାଉଛି । ମାତ୍ର ମୂଳ ଗୁଡିକ ସେହିପରି ରଖାଯାଉଛି । ଯାହା ଫଳରେକି ଗଛ ଗୁଡିକ ଛଅ ମାସ ମଧ୍ୟରେ ପୁଣି ଡାଳ ଦେଇ ଗଛ ମୋଟା ହୋଇ ଯାଉଛି । ପୁଣି ଅଭିଯୋଗ ହେବା ମାତ୍ରେ ବିଭାଗୀୟ କତୃପକ୍ଷ ଲୋକ ଲଗାଇ ଗଛର ଡାଳ କାଟି ଲକ୍ଷାଧିକ ଟଙ୍କା ବିଲ କରିନେଉଥିବା ଜଣାପଡିଛି । ଅନ୍ୟ ପକ୍ଷେ ଗଛର ମୂଳ ଗୁଡିକ ଏବେ ମୋଟା ହୋଇ ଓଭରବ୍ରିଜ ପ୍ରତି ବିପଦ ଆଡକୁ ଯାଉଛି । ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୭/୨୦୨୩---୮,୧୦
Sakhigopal News,20/7/2023