Breaking News

ଇଣ୍ଡିଗୋ ଗାଡି ଚୋରି କରିନେଇ ଯିବା ସମୟରେ ଦୃବୁତ ମୃତ, ଗାଡି ଜବତ




ନୟାଗଡ-----ଖଣ୍ଡପଡ଼ା ସହରର ତ୍ରିନାଥ ଛକ ଉପରୁ ଗୁରୁବାର ରାତିରେ ଏକ ଧଳା ରଙ୍ଗର ଇଣ୍ଡିଗୋ ଗାଡିକୁ ଚୋରି କରି ନେଇ ଯିବାବେଳେ ଜଣେ ଦୃବୁତ ଖଣ୍ଡପଡ଼ା-ଭାପୁର ରାସ୍ଥାର ମାଣିବନ୍ଧ ଗ୍ରାମ ନିକଟରେ ଦୃଘଟଣାରେ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି।ଖବର ପାଇ ଫତେଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୃଘଟଣାରେ ଭାଙ୍ଗି ଯାଇଥିବା ଗାଡିକୁ ଜବତ କରିବା ସହ ଗାଡି ମଧ୍ୟରୁ ଶବକୁ ଉଦ୍ଧାର କରି ଭାପୁରଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଥିବା ଜଣା ପଡ଼ିଛି। ତେବେ ଦୃଘଟଣା ରେ ମୃତ୍ୟୁବ୍ୟକ୍ତିଙ୍କ ନାମ, ବ୍ରଜବନ୍ଧୁ ନାଏକ, ଘର ଖାରଡ଼ା ପଲି ବୋଲିପରିଚୟ ମିଳିଥିବା ପୋଲିସ ସୂତ୍ରରୁ ପ୍ରକାଶ।ଘଟଣା କ୍ରମେ ଖଣ୍ଡପଡ଼ା ତ୍ରିନାଥ ଛକ ବାସିନ୍ଦା ସରତକୁମାର ଷଡ଼ଙ୍ଗୀ ସବୁବେଳେ ତାଙ୍କ ଘର ଆଗରେ ଇଣ୍ଡିଗୋ କାରଟିକୁ ରଖି ଘରେ ସୋଇଥିଲେ।ରାତି ପ୍ରାୟ ଦୁଇଟା ସମୟରେ ସରତଙ୍କ ପୁଅ ଜ୍ଞାନ ଜୋତି ଷଡ଼ଙ୍ଗୀ ଘର ବାହାରକୁ ପରିଶ୍ରା ପାଇଁ ଆସିବା ବେଳେ କାର ଟି ନ ଥିବାଦେଖିବାକୁ ପାଇଥିଲେ।ଏ ସମ୍ପର୍କରେ ସେ ସାଇ ପଡ଼ିଶାଙ୍କୁ ଜଣାଇ କାରକୁ ଆଖ ପାଖ ଅଞ୍ଚଳରେ ଖୋଜା ଖୋଜି କରିଥିଲେ । କୌଣସି ସନ୍ଧାନ ମିଳିନଥିଲା।ତେବେ ଚୋରି ହୋଇଥିବା କାରଟି ମାଣିବନ୍ଧ ଗ୍ରାମ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଦୃଘଟଣା ଗ୍ରସ୍ତ ହୋଇ ଥିବା ନେଇ ସୂଚନା ମିଳିବା ପରେ ଶରତ ଓ ତାଙ୍କ ପୁଅ ସେଠାକୁ ଯାଇ ପହଁଚି ଥିଲେ।ଘଟଣା ସମ୍ପର୍କରେ ଫତେଗଡ ଥାନାରେ ଜ୍ଞାନ ଜୋତି ଲିଖିତ ଅଭିଯୋଗ କରିବାରେ ପୋଲିସ ଏକ ମାମଲା ରୁଜ କରି ଘଟଣାର ଅନୁସନ୍ଧାନ ଜାରି ରଖିଥିବା ଜଣା ଯାଇଛି।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୯/୭/୨୦୨୩----୯,୫୫ Sakhigopal News,29/7/2023

Blog Archive

Popular Posts