ସାମୂହିକ ପଠନ ଓ ନେ ସେଲ ଫୋନ ଡେ ପାଳନ
ଭଞ୍ଜନଗର-- ଶନିବାର ଦିନ ଡି.ଏ.ଭି. ପିଟି. ଏସ୍ ଆର୍. ପବ୍ଲିକ୍ ସ୍କୁଲ ଭଞ୍ଜନଗର ପରିସରରେ ଓଡିଶା ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର କେଶବ ଚନ୍ଦ୍ର ଶତପଥୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହ ସପ୍ତାହକୁ ଏକ ଘଣ୍ଟା ସାମୂହିକ ପଠନ ଓ ନୋ ସେଲ ଫୋନ ଡେ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ପଠନର ଆବଶ୍ଯକତା ଓ ସେଲଫୋନ ର ବହୁଳ ବ୍ୟବହାରର ନକରାତ୍ମକ ଦିଗ ପ୍ରତି ଆଲୋକପାତ କରିଥିଲେ। ପରବର୍ତ୍ତୀ ମୂହୁର୍ତ୍ତରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,ଛାତ୍ରଛାତ୍ରୀ, ଅନ୍ୟାନ୍ୟ କର୍ମଚାରୀ ଓ ଅଭିଭାବକମାନେ ପଠନ କାର୍ଯ୍ୟକ୍ରମରେ ବିପୁଳ ଭାବେ ଅଂଶଗ୍ରହଣକରି କାର୍ଯ୍ୟକ୍ରମକୁ ସାଫଲ୍ଯ ପ୍ରଦାନ କରିଥିଲେ ।ଏହିକାର୍ଯ୍ୟକ୍ରମକୁ ଶ୍ରୀମତୀ ସସ୍ମୀତା ପଟ୍ଟନାୟକ ପରିଚାଳନା କରିଥିଲେ ।ସକାଳ ଅଧିବେଶନରେ ଈ.ଈ.ଡି.ପି ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁନେଇ 'ଅକ୍ଷୟ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷୟିତ୍ରୀ ଶ୍ରୀମତୀ ଧରିତ୍ରୀ ବାଳା ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଅନେକ ଅଭିଭାବକ ଯୋଗଦାନ କରି 'ବେଷ୍ଟ ଆଉଟ ଅଫ ୱେଷ୍ଟ' ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସୁଭଦ୍ରା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମତୀ ଅନୀତା ପ୍ରଧାନ, ଶ୍ରୀମତୀ ରୀନାରାଣୀ ପ୍ରଧାନ ଓ ସୁ୍ଶ୍ରୀ ଲିଜା
କୁମାରୀ ଗୌଡ଼ କାର୍ଯ୍ୟକ୍ରମକୁ ସାଫଲ୍ଯ କରିବାରରେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୭/୨୦୨୩---୯,୧୦ Sakhigopal News,15/7/2023