Breaking News

କୁସୁପଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ




ବାଙ୍କୀ, କଟକ----  ବାଙ୍କୀ ଡମପଡା ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧୀନ କୁସୁପଙ୍ଗି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ  ଉତ୍ସବ ଅନୁଷ୍ଠିତ ହୋଇଯାଇଛି |  ପ୍ରଧାନଶିକ୍ଷକ  ରମେଶ ଚନ୍ଦ୍ର ବେଉରା ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ପୋଷାକ ବିତରଣ ଉତ୍ସବ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀମତୀ ପ୍ରତିମା ସ୍ୱାଇଁ ଓ କମିଟି ସଭ୍ୟ ମନୋଜ କୁମାର ନାୟକ ଙ୍କ ସମେତ  ସମ୍ମାନିତ ଅତିଥି ଭାବରେ କୁସୁପଙ୍ଗି ସରପଞ୍ଚ ନରେଶ ଚନ୍ଦ୍ର ବେଉରା, ସମାଜସେବୀ ଅଜୟ କୁମାର ସ୍ୱାଇଁ ଆଦି ଉପସ୍ଥିତ ଥିଲେ | ଓ ଶିକ୍ଷାବର୍ଷ 2023-24ନିମନ୍ତେ ସର୍ବ ଶିକ୍ଷା ଅଭିଯାନ ସୌଜନ୍ୟତା ରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ର ମୋଟ 83 ଜଣ ବିଦ୍ୟାର୍ଥୀ ଙ୍କ ପୋଷାକ ବଣ୍ଟନ କରାଯାଇଛି | ଏବଂ ଏହି ଅବସର ରେ ସିଆରସିସି ମନୋରଞ୍ଜନ ବେଉରା, ସହକାରୀ ଶିକ୍ଷକ ଦିପ୍ତୀରାଣୀ ଭୂୟାଁ ମହାପାତ୍ର ଓ ଅନିଲ କୁମାର ଦାସ ଙ୍କ ସମେତ ବହୁ ଅନ୍ୟ କମିଟି ସଭ୍ୟ ମାନେ ଯୋଗ ଦେଇଥିଲେ |
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୧୯/୭/୨୦୦୨୩---୯,୫୫ Sakhigopal News,19/7/2023

Blog Archive

Popular Posts