Breaking News

ସତ୍ୟବାଦୀ ବିଧାୟକଙ୍କ ଅଡିଓ ଭାଇରାଲ ସମ୍ପର୍କରେ , ବ୍ଳକ ଅଧ୍ୟକ୍ଷ ସାମ୍ବାଦିକ ସମ୍ମଳନୀ କରି ସତ୍ୟାସତ୍ୟ ପଦାକୁ ଆଣିଲେ



ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳରାମପୁରଗଡ ପଞ୍ଚାୟତରେ ଆବାସ ଯୋଜନାରେ ପାତର ଅନ୍ତର କରାଯାଇଥବା ନେଇ ବିଧାୟକଙ୍କ ପାଖରେ ଅଭିଯୋଗ ହୋଇଥିଲା । ବିଧାୟକ ଏ ସମ୍ପର୍କରେ  ତଦନ୍ତ କରି ଫେରିବା ପରେ ଉକ୍ତ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଣି ସେଠାରେ ନ ଥିଲେ । ଶେଷରେ ବିଧାୟକ ତାଙ୍କୁ ଫୋନ ଯୋଗେ କହିଥିଲେ ଯେ ତମେ ଛାତ ଥିବା ଲୋକଙ୍କୁ କିପରି ଏଥିରେ ସାମିଲ କରିଛ । ପକୃତ ପକ୍ଷେ ହିତାଧିକାରୀଙ୍କୁ କାହିଁକି ବାଦ ପକାଇଛ ।  ମାତ୍ର ଏହି ଅଡିଓଟି ନିଦ୍ଧିଷ୍ଟ ଏକ ଚ୍ୟାନେଲ ଭାଇରାଲ କରିଥିଲେ । ଯଦି ଏହା ମିଛି ତା ହେଲେ ପଞ୍ଚାୟତର ପିଏ ମହାଶୟା କହିଁକି କିଛି ଲୋକଙ୍କ ଆକାଉଣ୍ଟକୁ ପଠାଇଥିବା ଟଙ୍କା ଏବେ ହୋଲଡ କରିଛନ୍ତି ତାହା ଏବେ ପ୍ରଶ୍ନବାଚୀ ହୋଇପଡିଛି ବୋଲି ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଏକ ସାମ୍ମାଦିକ ସମ୍ମଳନୀରେ କହିଛନ୍ତି । ସେହିପରି ଏହି ଘଟଣାର ଉଚ୍ଚ ସ୍ତରିୟ ତଦନ୍ତ କରିବା ପାଇଁ ବ୍ଳକ ଅଧ୍ୟକ୍ଷ ଦାବି ଉଠାଇଛନ୍ତି । ପକୃତ ପକ୍ଷେ ବିଧାୟକ କହିଥିବା କଥା ଯଦି ମିଛ ତା ହେଲେ ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ପଞ୍ଚାୟତ କାର୍ଯ୍ୟନିର୍ବାହୀ କ’ଣ ପାଇଁ ହୋଲଡ କରିଛନ୍ତି ତାହା ସିଏ ପ୍ରକାଶ କରନ୍ତୁ ବୋଲି ବ୍‌ଳକ ଅଧ୍ୟକ୍ଷ ଦାବି ଉଠାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୭/୨୦୨୩----୮,୧୦   Sakhigopal News 31/7/2023

Blog Archive

Popular Posts