Breaking News

ସାକ୍ଷୀଗୋପାଳରେ ଚାଷୀ ପଞ୍ଜୀକରଣ ପାଇଁ ସଚେତନତା ପ୍ରଚାର ରଥ ବୁଲିଲା



ସାକ୍ଷୀଗୋପାଳ,----- ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଖରିଫ ବିପଣନ ବର୍ଷ-୨୦୨୩-୨୦୨୪ ପାଇଁ ଚାଷୀ ନାମ ପଞ୍ଜୀକରଣ କରିବା ପାଇଁ  ପ୍ରଚାର ରଥର ଶୁଭାରମ୍ଭ ହୋଇଛି । ଏହି ରଥ ସତ୍ୟବାଦୀ ବ୍ଳକ, କଣାସ, ଡେଲାଙ୍ଗ, ପିପିଲି ଆଦି ବ୍ଳକର ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିବା ସହ ଚାଷୀ ମାନଙ୍କୁ ସଚେତନତା କରାଇବ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ଚାଷୀ ମାନେ ଅଧିକରୁ ଅଧିକ ସଂଖ୍ୟାରେ ନାମ ପଞ୍ଜୀକରଣ କରନ୍ତୁ । ନାମ ପଞ୍ଜିକରଣ ପାଇଁ ଚାଷୀ ଜମିଟ ପଟ୍ଟା, ବ୍ୟାଙ୍କ ପାସବୁକ ସହିତ ନିଜର ଆଧାରକାର୍ଡ ଦେବାକୁ ବାଧ୍‌ର୍ଦକତା ମୂଳକ ବୋଲି  ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟର ସମ୍ପାଦକ କମଳ କୁମାର ଆଚାର୍ଯ୍ୟଙ୍କ ଠାରୁ ସୁଚନା ମିଳିଛି ।  ଚାଷୀ ମାନେ ଜନସେବା କେନ୍ଦ୍ର କିମ୍ବା ସମବାୟ ସମିତିରେ ଖରିଫ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିବେ । ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରାଯିବ ବୋଲି ଜଣାପଡିଛି । ଏହି ରଥକୁ  ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟର ହିସାବ ନିରିକ୍ଷକ ଜଗତଜ୍ୟୋତି ସାହୁ ଓ ସୁରେନ୍ଦ୍ର ଦତ୍ତ  ପ୍ରମୁଖ ସବୁଜ ପତକା ଦେଖାଇ ପ୍ରଚାର ରଥର ଶୁଭାରମ୍ଭ କରିଛନ୍ତି ।   ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୭/୨୦୨୩---୮,୧୦  Sakhigopal News, 25/7/2023

Blog Archive

Popular Posts