Breaking News

ବନ ମହୋତ୍ସବ ସଚେତନତା ସୃଷ୍ଟି କରିବା ପାଇଁ ଆରମ୍ଭ କଲେ ଅଭିଯାନ; ହୃଷୀକେଶ



ଡେଲାଙ୍ଗ :ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଡେଲାଙ୍ଗ ର ଅଗ୍ରଣୀ ପରିବେଶ ସୁରକ୍ଷା ଅନୁଷ୍ଠାନ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା ବନ ମହୋତ୍ସବ ସଚେତନତା ସୃଷ୍ଟି କରିବା ପାଇଁ ଅଭିଯାନର ଶୁଭାରମ୍ଭ  କରିଛନ୍ତି ପ୍ରକୃତିମିତ୍ର ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ  ।  ଆଜି ପ୍ରଥମ ଦିନରେ ବୋଳକଣା ଗ୍ରାମର ଇଷ୍ଟଦେବ ଐଶାନ୍ୟଶ୍ୱର ଦେବ ଙ୍କ ପ୍ରାଙ୍ଗଣରେ ପୂର୍ବତନ ୱାର୍ଡ ସଭ୍ୟା ତଥା ଧର୍ମପରାୟଣା ମହିଳା ଜାନକୀ ପାଢ଼ୀ ସଚେତନଧର୍ମୀ ବ୍ୟାନର କୁ ସର୍ବସାଧାରଣ ରେ ଲୋକାର୍ପଣ କରି ବନ ମହୋତ୍ସବ ଅଭିଯାନ ର ଶୁଭାରମ୍ଭ କରିଥିଲେ। ଶ୍ରୀ ପାଢ଼ୀ  ପରିବେଶ କୁ ସୁରକ୍ଷା ଦେଉଥିବା ନିଜର ବ୍ୟାଟେରୀ ଚାଳିତ ସ୍କୁଟୀରେ ବ୍ୟାନର ଲଗାଇ ମଣିଜପୁର, ବେରବୋଇ, ଡେଲାଙ୍ଗ ତହସିଲ, ହୁମର, ପିଢପାଟଣା, ପୋଷଲ, ପାଇକସାହି, ଜେନାପୁର, ମଉନିମଠ, ବାଲିସାହି, ପଟନାୟିକିୟା, ଚଣାଗୋରଡା, କାଦୁଆ, ସାକ୍ଷୀଗୋପାଳ ବସଷ୍ଟାଣ୍ଡ, ବଜ଼ାର,ଓ ସିଂହ ଦ୍ୱାର, ବକୁଳବନ  ଆଦିରେ ଜନସଚେତନତା କରି ସତ୍ୟବାଦୀ  ଉଚ୍ଚବିଦ୍ୟାଳୟ ର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଉକ୍ତ ଅଭିଯାନକୁ ସ୍ୱାଗତ କରିଥିଲେ |ଏହି ଅବସରରେ ବିଦ୍ୟାଳୟ ପରିସରରେ ବକୁଳ ବୃକ୍ଷରୋପଣ କରାଯାଇ" ପରିବେଶ ପାଇଁ ଗଛଟିଏ ' ସ୍ଲୋଗାନ ଦିଆଯାଇଥିଲା |ଏହି ଅଭିଯାନ ବର୍ଷସାରା ଚାଲିବ ବୋଲି ଶ୍ରୀ ପାଢ଼ୀ ଅଭିହିତ କରିଥିଲେ |
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୭/୨୦୨୩-----୮,୪୫ Sakhigopal News,2/7/2023

Blog Archive

Popular Posts