Breaking News

ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ *ଜଣେ ମୃତ, ଜଣେ ଗୁରୁତର



ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ   ହୋଇଛି। ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ମୃତକ କ.ନୂଆଗାଁ ଥାନା ରାଜଘରା ଗ୍ରାମର ସୁବେରସିଂ ପ୍ରଧାନଙ୍କ ପୁଅ ଆଡଭାନସିଂ ପ୍ରଧାନ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସକାଳେ ରାଜଘରା ଗ୍ରାମର ଦୁଇ ଯୁବକ ଆଡଭାନସିଂ ପ୍ରଧାନ ଓ ଦିନେଶ କୁମାର ପ୍ରଧାନ ଏକ ମୋଟରସାଇକେଲରେ କୌଣଶି କାମରେ ଯାଉଥିବା ବେଳେ ୫୯ ନଂ ଜାତୀୟ ରାଜପଥ ଜକିକିଆ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଖବରପାଇ ସେହି ଅଞ୍ଚଳର ଯୁବ ସମାଜସେବୀ ଅରୁଣ ନାୟକ ନିଜ ଅଟୋ ସାହାଯ୍ୟରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଡ଼ାକ୍ତରଖାନାରେ  ଚିକିତ୍ସାଧୀନ ସମୟରେ ଆଡଭାନସିଂ ପ୍ରଧାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨/୭/୨୦୨୩---୮,୪୫ Sakhigopal News,2/7/2023

Blog Archive

Popular Posts