କୁମ୍ଭକର୍ଣ୍ଣ ନିଦ୍ରାରେ ବନ ବିଭାଗ ; ଗୋଟିଏ ପଟେ ବନମହୋତ୍ସବ " ଅନ୍ୟ ପଟେ ଚାଲିଛି ବେଧଡକ ଗଛକଟା
ବାଙ୍କୀ ----- ପରିବେଶ ବିଗିଡିଲେ ପରିସ୍ଥିତି ଭୟାବହ ହୋଇଥାଏ । ଯାହାକି ଆମେ ବିଗତ କେତେ ଦଶନ୍ଧି ଧରି ଅନୁଭବ କରିଆସୁଛେ । ପରିବେଶ ସୃଷ୍ଟି ଓ ସୁରକ୍ଷା କୁ ଦୃଷ୍ଟିରେ ରଖି ସାରା ବିଶ୍ବରେ ପାଳିତ ହେଉଛି "ବନମହୋତ୍ସବ"ସପ୍ତାହ । ଏଥିପାଇଁ ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଏଠି ବନ ବିଭାଗର କାମ ଚାଲିଛି ଓଲଟା । ଜଙ୍ଗଲ ସୃଷ୍ଟି ଯାଗାରେ କରୁଛି ଜଙ୍ଗଲ ଧ୍ବଂସ । ବନ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା । କାଠ ମାଫିଆମାନେ ହୋଇଛନ୍ତି ସକ୍ରିୟ । ଖୋର୍ଦ୍ଧା ଫରେଷ୍ଟ ଡିଭିଜନ ଅଧୀନସ୍ଥ ଖୋର୍ଦ୍ଧା ଫରେଷ୍ଟ ରେଞ୍ଜର ବୈଦେଶ୍ବର ଫରେଷ୍ଟରଙ୍କ ଅଧୀନସ୍ଥ କାଳିପୋଇ ବଡ ମୁଣ୍ଡିଆ ଓ ଯୋକଲାଞ୍ଜି ଜଙ୍ଗଲରୁ ବେଧଡକ ଭାବେ କଟା ଚାଲିଛି ଶାଳ, ପିଆଶାଳ, ଶାଗୁଆନ ଇତ୍ୟାଦି ବହୁ ମୂଲ୍ୟବାନ ଗଛ । ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ । ଏକଥା ଆମେ କହୁନାହୁ । ଏକଥା ସ୍ପଷ୍ଟ କରୁଛି ଏ ଫଟୋ । କି ପ୍ରକାରର କାଠ ଗଣ୍ଡି ପାଳ ଘୋଡ଼ା ହୋଇ ଲୁଚାଯାଇଛି ଓ ବିଚ୍ ରାସ୍ତାରେ ଦିନ ଦିପ୍ରହରରେ ଗାଡ଼ିରେ ଚାଲାଣ ହେଉଛି । ଏଠି ବନ ବିଭାଗ ନିଜ ଆଡୁ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନୀରବ ରହିଛି କାହିଁକି ? । ଖାଲି ନୀରବ ରହିନାହିଁ , ଫୋନ କଲେ ଫୋନ ଉଠାଉନାହାନ୍ତି । ଏ ନିରବତା ଜନସାଧାରଣଙ୍କ ମନରେ ସୃଷ୍ଟି କରୁଛି ଅନେକ ପ୍ରଶ୍ନବାଚୀ । ଜନ ସାଧାରଣରେ ଆଲୋଚନା ଚାଲିଛି ଏହାକୁ ଭିଜିଲାନ୍ସରେ ତଦନ୍ତ କରାଗଲେ ଆହୁରି ଅନେକ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ପରିବେଶ ବିତ୍ତିମାନେ କହନ୍ତି।
କଟକରୁ ମୃତ୍ୟୁଞ୍ଜୟ ଦାସଙ୍କ ରିପୋର୍ଟ,୨/୭/୨୦୨୩--- ୮,୩୫ Sakhigopal News,2/7/2023