Breaking News

ନୟାଗଡ଼ ଜିଲ୍ଲାରେ ପ୍ରହସନ ପାଲଟିଛି ସ୍ଵଚ୍ଛ ଭାରତ ମିଶନ , କୋଟି କୋଟି ଟଙ୍କା ଲୁଟ; ଭାରତୀୟ ବିକାଶ ପରିଷଦ ପକ୍ଷରୁ ହୋଇଛି ମାମଲା




ନୟାଗଡ---  ନୟାଗଡ଼ ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ଜିଲ୍ଲାର ବହୁ ସ୍ଥାନରେ ଝୁଲୁଥିବା ବାହ୍ୟମଳମୁକ୍ତ ଗାଁ ର ନାମ ଫଳକ ପ୍ରହସନ ପାଲଟିଛି।
ଗ୍ରାଉଣ୍ଡ ଜିରୋ ର ସ୍ଥିତି କୁ ଅନୁଧ୍ୟାନ କଲେ ଜିଲ୍ଲାର ପ୍ରତିଟି ଘରେ ପାଇଖାନା ନଥାଇ ତରବରିଆ ଭାବରେ ବାହ୍ୟମଳ ମୁକ୍ତ ଗାଁ ର ଫଳକ ଝୁଲାଇବା ଯୋଜନା ର ସ୍ଵଚ୍ଛ ତାକୁ ପଦାରେ ପକାଇଛି। ପାଇଖାନା ର ନିର୍ମାଣ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ। କେଉଁଠି ପାଇଖାନା ପରିତ୍ୟକ୍ତ ହୋଇ ପଡିଛିତ ଆଉ କେଉଁଠାରେ ପାଇଖାନା ଘରେ ବୋତି ,କାଠ ,ମାଟି ଘର ଉପକରଣ ରଖାଯାଇଛି।ଆଉ କେଉଁଠି ପାଇଖାନା ନ ଥାଇ ବିଲ ବି ହୋଇସାରିଛି । ଗୋଟିଏ ପାଇଖାନା କୁ ଦେଖାଇ ପାଞ୍ଚ ପାଞ୍ଚଟି ପାଇଖାନା ଵିଲ ହୋଇଛି।ବାହାରେ ମଳତ୍ୟାଗ କୁ ରୋକି ନପାରି ପ୍ରାୟ ୧୦କୋଟି ରୁ ଉର୍ଦ୍ଧ୍ବ ଟଙ୍କା ହରିଲୁଟ ଅଭିଯୋଗ ହୋଇଛି।ଏହି ଦୁର୍ନୀତି କୁ ଜିଲ୍ଲାପରିଷଦ ଓ ଭିଜିଲାନ୍ସ ତଦନ୍ତ କଲେ କୋଟି କୋଟି ଟଙ୍କା ଦୁର୍ନୀତି ର ପର୍ଦାଫାସହେବ।ଏଭଳି ସ୍ଥଳେ ସ୍ୱଚ୍ଛଭାରତ ମିଶନ(ଗ୍ରାମୀଣ ନାଁରେ )ଯେଉଁ ସତ ପ୍ରତିଶତ ସଫଳତା ର ଡିଣ୍ଡିମ  ପିଟାଯାଉଛି । ତା ଉପରେ ପ୍ରଶ୍ନ ଉଠା ଯାଉଛି।
ସ୍ୱଚ୍ଛଭାରତ ମିଶନ(ଗ୍ରାମୀଣ ନାଁରେ)ଭାପୁର ବ୍ଲକ ରେ ୧୫୯୧୩ ଟି ଦଶପଲ୍ଲା ବ୍ଲକ ରେ ୧୫୭୯୯ ,ଗଣିଆ ବ୍ଲକ ରେ ୫୧୧୮,ଖଣ୍ଡପଡା ବ୍ଲକ ରେ ୧୯୮୯୦,ନୟାଗଡ଼ ବ୍ଲକ ରେ ୨୫୯୩୬, ନୂଆଗାଁ ବ୍ଲକ ରେ ୧୭୨୭୭,ଓଡ଼ଗାଁ ବ୍ଲକ ରେ ୩୩୯୬୨ରାଣପୁର ବ୍ଲକ ରେ- ୨୫୨୪୯, ଏପରି ମୋଟ ରେ ୧୫୯୧୪୪ ପାଇଖାନା ହୋଇଥିବା ଘୋଷଣା କର ଯାଇଛି।ପରବର୍ତ୍ତୀ ପର୍ଯ୍ୟାୟରେ ଭାପୁର ବ୍ଲକ ରେ ୨୭୫ ,ଦଶପଲ୍ଲା ବ୍ଲକ ରେ ୧୦୬,ଗଣିଆ ବ୍ଲକ ରେ ୩୧୬,ଖଣ୍ଡପଡା ବ୍ଲକ ରେ ୬୬୭,ନୟାଗଡ଼ ବ୍ଲକ ରେ ୩୮୯,ନୂଆଗାଁ ବ୍ଲକ ରେ ୩୧,ଓଡ଼ଗାଁ ବ୍ଲକ ରେ ୫୬୯,ରଣପୁର ବ୍ଲକ ରେ ୧୯୮୭,ଏପରି ମୋଟ ରେ ୪୩୪୦ ପାଇଖାନା ପୁଣି ସତ ପ୍ରତିଶତ ଘୋଷଣା କରାଯାଇଛି।ଶେଷ ପର୍ଯ୍ୟାୟରେ ଭାପୁର ବ୍ଲକ ରେ ୬୮୪,ଦଶପଲ୍ଲା ବ୍ଲକ ରେ ୨୧୮,ଗଣିଆ ବ୍ଲକ ରେ ୧୯୧,ଖଣ୍ଡପଡା ବ୍ଲକ ରେ ୧୧୫୪,ନୟାଗଡ଼ ବ୍ଲକ ରେ ୭୬୫,ନୁଆଗାଁ ବ୍ଲକ ରେ ୪୯୨,ଓଡ଼ଗାଁ ବ୍ଲକ ରେ ୯୨୭,ରଣପୁର ବ୍ଲକ ରେ ୧୮୭୪,ଏପରି ମୋଟ ରେ ୬୨୬୫ ପାଇଖାନା ହୋଇ ହୋଇ ଅନୁରୂପ ଭାବେ ସଫଳତା ଘୋଷଣା କରାଯାଇଛି।ତେବେ ଗାଁ ରେ ପାଇଖାନା ଖୋଜିଲେ ମିଳୁନାହିଁ।ନୂଆଗାଁ ବ୍ଲକ ର ସଣ୍ଢ ମରା ଗାଁ ଏଠାରେ କାହାରି ପାଇଖାନା ନାହିଁ।ସେହି ପରି କୋଷଳାଙ୍ଗ ଗାଁ ରେ ନନ୍ଦ ବାହାରେ ପଡି ନଷ୍ଟ ହେଲାଣି।ପାଇଖାନା ନିର୍ମାଣ ହୋଇପାରୁନାହିଁ।ସେହି ପରି ଖଣ୍ଡପଡା ବ୍ଲକ ର କଣ୍ଟିଲୋ, ସିଂହାପଡା, ଗଡ଼ିଆସାହି,କିଆଝର,କୋଷକା,କୁମ୍ଭାରପଡା, ଢୋଲମରା ,ବଳଭଦ୍ର ପ୍ରସାଦ,ଏହିପରି ୨୨ଟି ପଞ୍ଚାୟତ ରେ ପାଇଖାନା ଟଙ୍କା କୁ ଅଧିକାରୀ ଏବଂ ଠିକାଦାର ମିଳିମିଶି ଖାଇଦେଇଥିବା ବେଳେ,ଅଧାପନ୍ତରିଆ ଭାବେ ପଡି ରହିଛି ପାଇଖାନା ।ଏହି ଖଣ୍ଡପଡା ଅଞ୍ଚଳରେ ରେ ପାଇଖାନା ମହାଦୁର୍ନିତୀ କୁ ନେଇ ଭାରତୀୟ ବିକାଶ ପରିଷଦ ପକ୍ଷ ରୁ ଲୋକାଉକ୍ତ ରେ ମାମଲା ବିଚାରଧୀନ ରହିଛି।ଜିଲ୍ଲା ରେ ପ୍ରାୟ ୧୬୯୭୪୯ ପାଇଖାନା ପାଇଁ ୨୦୩୬୯୮୮୦୦ ଟଙ୍କା ର ଅନୁମୋଦନ ଆସିଥିଲା।ଏଥିରେ ୧୦କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଉଠିଛି।
ଏ ନେଇ ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ କହିଛନ୍ତି ଗାଁ ମୁଣ୍ଡ ରେ ବାହ୍ୟମଳ ମୁକ୍ତ ନାମଫଳକ ପ୍ରହସନ ।ଏନେଇ ଜିଲ୍ଲାପରିଷଦ ବୈଠକରେ ଉଦବେଗ ପ୍ରକାଶ ପାଇଛି।ଏ ଉପରେ ସ୍ୱତନ୍ତ୍ର ଆଲୋଚନା କରା ଯାଇ ଦୁର୍ନୀତି ର ପର୍ଦାଫାସ କରାଜିବା ଦରକାର ବୋଲି ଜଣାପଡିଛି।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୪/୭/୨୦୨୩----୧୦,୧୫ Sakhigopal News,14/7/2023

Blog Archive

Popular Posts