Breaking News

ସତ୍ୟବାଦୀ ବ୍ଳକବୀରରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପାଇଁ ଉପନିର୍ବାଚନ; ପ୍ରଥମ ଦିନରେ ଦୁଇ ମହିଳା ପ୍ରାର୍ଥୀପତ୍ର ଦାଖଲ କଲେ





ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ଦୀପା ବେହେରାଙ୍କର ଏକ ସଡକ ଦୁର୍ଘଟଣାରେ ଅକଳା ମୃତ୍ୟୁ ହୋଇଯାଇଥିଲା । ସେହି ଦିନ ଠାରୁ ଉକ୍ତ ପଞ୍ଚାୟତରେ ସରପଞ୍ଚ ପଦବୀ ଖାଲି ପଡିଛି । ଯାହା ଫଳରେକି ଉକ୍ତ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଠିକ ହୋଇ ପାରୁନଥିଲା  ।  ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସତ୍ୟବାଦୀ ବ୍ଳକରେ ଦୁଇ ଜଣ ମହିଳା ପ୍ରାର୍ଥୀନି ନିଜ ନିଜର ସମର୍ଥକଙ୍କୁ ଧରି ସେମାନେ ପ୍ରାର୍ଥୀ ପତ୍ର  ସତ୍ୟବାଦୀ ବ୍ଳକ ବିଡିଓ ଲୋଚନ କୁମାର ଦାସଙ୍କ  ନିକଟରେ ଦାଖଲ କରିଥିବା  ବ୍ଳକ ଜିପିଓ ସୌଭାଗ୍ୟ ରଞ୍ଜନ କରଙ୍କ ଠାରୁ ସୁଚନା ମିଳିଛି । ସେମାନେ ହେଲେ ପ୍ରତିମା ବେହେରା ଓ ବର୍ଷାରାଣି ସେଠି ବୋଲି ଜଣାପଡିଛି । ସେହିପରି ପ୍ରତିମା ବେହେରାଙ୍କୁ ବିଜେଡି ପକ୍ଷରୁ ସମର୍ଥନ କରାଯାଉଥିବା ବେଳେ ବର୍ଷାରାଣୀ ସେଠିଙ୍କୁ ବିଜେପି ଦଳ ସମର୍ଥନ କରୁଥିବା ଜଣାପଡିଛି । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡଙ୍କ ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତର ଜନପ୍ରତିନିଧି ଙ୍କ ସହିତ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବିଜେଡି କର୍ମୀ ମାନେ ପ୍ରତିମାଙ୍କୁ ସମର୍ଥନ କରି ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ବିଡିଓଙ୍କ ନିକଟରେ ଦୁଇସେଟ ପ୍ରାର୍ଥପତ୍ର ଦାଖଲ କରିଥିବା ଜଣାପଡିଛି । ସେହିପରି ସତ୍ୟବାଦୀର ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ସହିତ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ରଙ୍କ ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତର ଜନପ୍ରତିନିଧି ମାନଙ୍କ ସହିତ ଏକ ର‌୍ୟାଲିରେ  ବ୍ଳକ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ୧୪,୧୫,୧୭ ତିନିଦିନ ପ୍ରର୍ଥପତ୍ର ଦାଖଲ କରିବା ପାଇଁ ସମୟ ରହିଛି । ପ୍ରଥମ ଦିନରେ ଦୁଇ ପ୍ରାର୍ଥୀନି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୧୮ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ୨୦ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଅଗଷ୍ଟ ୯ ତାରିଖରେ ୧୫ ଗୋଟି ୱାର୍ଡରେ ସରପଞ୍ଚ ପାଇଁ ଉପ ନିର୍ବାଚନ କରାଯିବ ବୋଲି ଜିପିଓ ଶ୍ରୀ କରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୭/୨୦୨୩---୧୦-୨୫   Sakhigopal News, 14/7/2023


Blog Archive

Popular Posts