ନଦୀରୁ ବାଲି ଚୋରା ଚାଲାଣ ; ବିରୋଧ କରିବାରୁ ବନ କର୍ମଚାରୀଙ୍କୁ ଦୁର୍ବ୍ୟବହାର , ଥାନା ରେ ଅଭିଯୋଗ
ଭଞ୍ଜନଗର - ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ଅଧୀନରେ ଥିବା ବୁଦୁଲି ନିକଟସ୍ଥ ଅଁଳାପଲି ଜଙ୍ଗଲ ନିକଟ ନଦୀରୁ ବାଲି ଚୋରା ଚାଲାଣ ହେଉଛି। ଦୁଇଟି ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଜଣେ ମହିଳା ବନ ସୁରକ୍ଷା କର୍ମଚାରୀ ଓ ଦୁଇ ସ୍କ୍ବାର୍ଡ କର୍ମଚାରୀ ଟ୍ରାକ୍ଟର ଦୁଇଟିକୁ ଅଟକାଇ ଥିଲେ । କିଛି ସମୟ ପରେ ମୁଜାଗଡ଼ ଗ୍ରାମର ଜନୈକ ଟ୍ରାକ୍ଟର ମାଲିକ ଓ ତାଙ୍କ ସହଯୋଗୀ ଘଟଣା ସ୍ଥଳରେ ପହଁଞ୍ଚି ବନ ବିଭାଗ କର୍ମଚାରୀ ଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହା ସହ ଟ୍ରାକ୍ଟର ଦୁଇଟିକୁ ଘଟଣା ସ୍ଥଳରୁ ଜବରଦସ୍ତ ନେଇ ଯାଇଥିଲେ । ମହିଳା ବନ କର୍ମଚାରୀଙ୍କ କହିବା ଅନୁଯାୟୀ ଘଟଣା ସ୍ଥଳରେ ଗାଡିକୁ ନ ଛାଡିବାରୁ ଟ୍ରାକ୍ଟର ମାଲିକ ସେଠାରେ ବନ ବିଭାଗ କର୍ମଚାରୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଯୁକ୍ତିତର୍କ କରିଥିଲେ। ପରେ ଜୋର ଜବରଦସ୍ତ ଠେଲାପେଲା କରି ଗାଡି ନେଇ ଘଟଣା ସ୍ଥଳରୁ ପଳାଇଥିଲେ | ଏହି ଘଟଣାକୁ ନେଇ ବନରକ୍ଷୀ ଭଞ୍ଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଭଞ୍ଜନଗର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତଜାରି ରଖିଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୭/୨୦୨୩----୧୦,୧୦ Sakhigopal News,14/7/2023