ମନ୍ଦିର ହୁଣ୍ଡି ଦାନବାକ୍ସ ଲୁଟ, ଥାନା ରେ ଅଭିଯୋଗ
ସାକ୍ଷୀଗୋପାଳ ---- ଗତ ମଙ୍ଗଳବାର ବିଳମ୍ବିତ ରାତିରେ ହରିଷହଦେବଙ୍କ ପୁଜକ ରାତିରେ ନୀତି କରିବା ପରେ ମନ୍ଦିର ବନ୍ଦ କରି ଘରକୁ ଯାଇଥିଲେ । ସବୁଦିନ ଭଳି ବାହର ଥିବା ଦାନ ବାକ୍ସ ଠାକୁର ଙ୍କ ପାଖେ ଥୋଇ ପୂଜାରି ଘରକୁ ଯାଇ ଥିଲେ । କିନ୍ତୁ କେହି ଲୁଟେରା କାଦୁଅ ଗୋଡ଼ରେ ଆସି ମନ୍ଦିର ଲୁହା ଗ୍ରୀଲି ଗେଟ ଓ କବାଟର ଚାବି ଭାଙ୍ଗିବା ସହ ହୁଣ୍ଡି ବାକ୍ସ କୁନ୍ଦା ଉପାଡି ସେଥିରେ ଥିବା 30ହଜାର ଟଙ୍କାରୁ ଉର୍ଦ୍ଧ ଟଙ୍କା ଲୁଟେରା ମାନେ ନେଇଥିବା ଜଣାପଡିଛି। ସକାଳେ ମନ୍ଦିର ପୂଜକ ଏହା ଦେଖି ମନ୍ଦିର ପରିଚାଳନା କମିଟିକୁ ଜଣାଇ ଥିଲେ । ଆନନ୍ଦ ପୁର. କୁସୁମେଶ୍ୱର. ମଠସାହି . ମାଳସାହି. ପଣ୍ଡାସାହି. ବେହେରା ସାହି. ଦିଉଡି ସାହି. ପଥୁରିଆ ସାହି. ବଂପାଳ ଆଦି ଦେଶର ମେମ୍ବର ମାନେ ହରିସହଦେଵ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକରେ ନିଷ୍ପତ୍ତି କରିଥିଲେ ଯେ ଥାନା ରେ ଏ ସମ୍ପର୍କରେ ଅଭିଯୋଗ କରାଯିବ । ବୈଠକରେ କମିଟିର ସଭାପତି ଜତାଧାରୀ ପ୍ରଧାନ. ଉପସଭାପତି ନରେନ୍ଦ୍ର ବେହେରା ସଦସ୍ୟ ଧୃବ ମୁଦୁଲି ,ବେଣୁଧର ପ୍ରଧାନ, ଗୋପାଳ କୃଷ୍ଣ ବେହେରା, ମାଧବ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ । ସୁଚନା ଯୋଗ୍ୟ ଯେ ଅଳ୍ପ ଦିନ ତଳେ ବଳପୁର ବରାଳ ବାଲୁଙ୍କେଶ୍ୱର ମନ୍ଦିର ରୁ ଚୋରି ହୋଇଥିଲା। ପୋଲିସ କେବଳ କେସ କରି ହାତ ବାନ୍ଦି ଚୁପଚାପ ବସି ରହିଛନ୍ତି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୭/୨୦୨୩----୯,୧୦ Sakhigopal News,12/7/2023