ବିଦ୍ଯାଧରପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ସାଂସଦ ଓ ବିଧାୟକ
ବିଦ୍ଯାଧରପୁର ଗ୍ରାମ ପଞ୍ଚାୟତ। ଏହି ଅବସରରେ ଉକ୍ତ ପଞ୍ଚାୟତରେ ସାଂସଦ ପିନାକୀ ମିଶ୍ର , ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଉଦଘାଟିତ ହୋଇଯାଇଛି । ବିଦ୍ୟାଧରପୁର ନୋଡାଲ ବିଦ୍ଯାଳୟ ପରିସରରେ ଥିବା ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ଯାର୍ପଣ କରିବା ପରେ ବିଦ୍ଯାଳୟ ପରିସରରେ ନିର୍ମାଣ କରାଯାଇ ଥିବା ସୁବିଧା ଗ୍ରୁହ, ପଞ୍ଚାୟତ ଖେଳପଡ଼ିଆ ଗ୍ଯାଲେରୀ ଓ ବୈଷ୍ଣବ ସାହି ଅଙ୍ଗନବାଡି କେନ୍ଦ୍ର ଅତିଥି ମାନଙ୍କ ଦ୍ଵାରା ଉଦଘାଟନ କରିଥିଲେ । ଏହି ଅବସରରେ ବିଦ୍ଯାଳୟ ପରିସରରେ ଏକ ସାଧାରଣ ସଭାର ଆଯୋଜନ କରାଯାଇ ଥିଲା । ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ଶ୍ରୀ ସାମନ୍ତରାୟ ସଭାପତିତ୍ୱ କରିଥିଲେ। ସାଂସଦ ପିନାକୀ ମିଶ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ସରକାର ଙ୍କ ବହୁମୁଖୀ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ମତ ରଖିଥିଲେ । ସମ୍ମାନୀତ ଅତିଥିଭାବେ ପ଼ଞ୍ଚାୟତ ସମିତି ଅଧ୍ଯକ୍ଷ ଶ୍ରୀ ପଣ୍ଡା କହିଥିଲେ ବିଦ୍ଯାଧରପୁର ପଞ୍ଚାୟତ ବ୍ଲକର ଗୋଟିଏ ଅଗ୍ରଣୀ ପଞ୍ଚାୟତ । ଉକ୍ତ ପଞ୍ଚାୟତକୁ ବିଭିନ୍ନ ଜିଲ୍ଲାରୁ ଜନପ୍ରତିନିଧି ମାନେ ବୁଲିବାକୁ ଆସୁଛନ୍ତି। ବିଧାୟକ ଶ୍ରୀ ସାମନ୍ତରାୟ କହିଲେ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ପଞ୍ଚାୟତ କାର୍ଯାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ଯାଳୟ ରହିବା ଏହି ପଞ୍ଚାୟତ ର ଗାରିମା ବ୍ରୁଦ୍ଧି କରିଛି । ଶିକ୍ଷା , ରାସ୍ତା, ସ୍ବାସ୍ଥ୍ୟ , ପାନୀୟ ଜଳ ଓ କୃଷି ର ଉନ୍ନତି ପାଇଁ ସରକାର ଙ୍କ ଆବଶ୍ଯକ ରହିଥିବା ଅର୍ଥ ବହୁ ଶୀଘ୍ର ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ପଞ୍ଚାୟତ କୁ ସରକାର ଙ୍କ ପକ୍ଷରୁ ଗୋଟିଏ ଅଳିଆ ବୁହା ଗାଡି ଯୋଗାଇ ଦିଆଯାଇ ଥିଲା । ବିଦ୍ଯାଳୟ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର , ବିଦ୍ଯାଳୟ ର ଶ୍ରୁଙ୍ଖଳିତ ଛାତ୍ରଙ୍କୁ ପୁରସ୍କୃତ କରାଯାଇ ଥିଲା। ଅନ୍ଯମାନଙ୍କ ମଧ୍ଯରେ ସରପଞ୍ଚ ଦୁଶାସନ ପ୍ରଧାନ ସମିତି ସଭ୍ଯ ପ୍ରଫୁଲ ପ୍ରଧାନ, ବିଦ୍ଯାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ନାୟକ, ରାମଚନ୍ଦ୍ର ଦାଶ, ପରିଚାଳନା କମିଟି ସଭାପତି ତଥା ସଭ୍ଯ ମାନେ ଓ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୭/୨୦୨୩-----୮,୧୦ Sakhigopal News,15/7/2023