ଦେଶ ସ୍ଵାଧୀନ ତାର75ବର୍ଷ ପରେ ବି ଖଣ୍ଡପଡ଼ା ବ୍ଲକ ଆଦିବାସୀ ଗାଁ ସାଧୁଆ ପଲିକୁରାସ୍ତା ନାହିଁ
ନୟାଗଡ---- ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା ପଞ୍ଚାୟତ ସ୍ତରରେ କରୁଥିବା ବେଳେ, ଗ୍ରାମାଞ୍ଚଳର ଲୋକଙ୍କ ଯାତାୟାତ ନିମନ୍ତେ ରାସ୍ତା ନିର୍ମାଣକରୁ ଥିବାର ଡିଣ୍ଡିମ ପିଟୁଛନ୍ତି । ତେବେ ସରକାରଙ୍କ ବିଭିନ୍ନ ଯୋଜନା ପ୍ରକୃତ ପକ୍ଷେ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ। ଖାଲି ମନେରେଗା ପୋଖରୀ ନିର୍ମାଣ ବାରମ୍ବାର ହେଉଛି କାମ।କିନ୍ତୁ ଖରା ଦିନେ ପାଣି ରହୁନି।ବ୍ଲକ ପ୍ରଶାସନର ବଡବଡ଼ିଆବାବୁ ସବୁ ଜାଣି ନ ଜାଣିବା ଭଳି ରହୁ ଥିବା ଯୋଗୁ ଲୋକ ମାନେ ହନ୍ତସନ୍ତ ହେଉ ଥିବା ଜଣା ପଡ଼ିଛି। ଏହିଗାଁଟି କୌଣସି ଦୃଗମ ଅଞ୍ଚଳ କି ପାହାଡିଆ ଅଞ୍ଚଳ ନୁହେଁ।ଇଏ ହେଉଛି ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅଧିନସ୍ଥ ଗଡ଼ିଆସାହି ପଞ୍ଚାୟତର ସାଧୁଆପଲି ଗାଁ।ଏହି ଗାଁଟି ଖଳିସାହି କୋସ୍କାପୂର୍ତ୍ତ ବିଭାଗ ରାସ୍ତାର ଗଡ଼ିଆସାହି ଛକ ଠାରୁ ମାତ୍ର ଗୋଟିଏ କିଲୋମିଟର ଗଲାପରେ ଗାଁଟି ପଡେ।ତେବେ ଏହି ଗାଁରେ 15ଉର୍ଦ୍ଧ୍ବ ଘରଥିବାବେଳେ 50ରୁ ଉର୍ଦ୍ଧ୍ଵ ଆଦିବାସୀ ପରିବାର ବାସ କରନ୍ତି।କିନ୍ତୁଦେଶ ସ୍ବାଧୀନତା ପାଇବାର75ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁଆଦୌ ରାସ୍ତା ନାହିଁ।ବ୍ୟକ୍ତିଗତ ଜାଗାରେ ଯିବା ଆସିବା କରୁଛନ୍ତି ଲୋକମାନେ।ଏହି ରାସ୍ଥା ସମ୍ପର୍କରେ ଆଦିବାସୀ ମାନେ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ମାତ୍ର ସେମାନଙ୍କ ଦାବି କେବଳ କାଗଜରେ ରହିଯାଇଛି । ଭୋଟବେଳ ଆସିଲେ ନେତା ମାନଙ୍କର ଏହିଗାଁରେ ପାଦ ପଡୁ ଥିବାବେଳେ ଖାଲି ଫମ୍ପା ଆବାଜ ଛଡା ଆଉ କିଛି ମିଳି ନଥାଏ । ନିର୍ବାଚନ ମଣ୍ଡଳୀରେ ବିଧାୟକ ପରେ ବିଧାୟକ ନିର୍ବାଚିତ ହୋଇଛନ୍ତି । ଖଣ୍ଡପଡ଼ା ବ୍ଲକରୁ ବିଡ଼ିଓ ପରେ ବିଡ଼ିଓ ବଦଳିଲେଣି କିନ୍ତୁ ଆଦିବାସୀ ମାନଙ୍କଦୁଃଖ ବଦଳୁନାହିଁ। ଘଟଣା ସମ୍ପର୍କରେ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ କହନ୍ତି ଲୋକଙ୍କ ସମସ୍ୟା ଦିଗରେ ଆମେ ମାନ୍ୟବର ଉଚ୍ଚନ୍ୟାଳୟ ଯିବୁ ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୪/୭/୨୦୨୩---୭,୧୦ Sakhigopal News,4/7/2023