Breaking News

ବନମୋହତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 

ଜଟଣୀ : -ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି।  ଗଛ ଲଗେଇବା ଦ୍ୱାରା ଆମେ କିପରି ଆମ ପରିବେଶର ସୁରକ୍ଷା କରିପାରିବା।  ବାୟୁମଣ୍ଡଳରେ ବଢୁଥିବା ତାପମାତ୍ରାକୁ ଗଛ ଲଗାଇ ଏହାକୁ କିପରି ନିୟନ୍ତ୍ରଣ କରିପାରିବା, ଏହା ଉପରେ ଅତିଥିମାନେ ପିଲାମାନଙ୍କୁ ବୁଝାଇଥିଲେ। ବୃକ୍ଷରୋପଣର ମହତ୍ୱ, ଜଙ୍ଗଲ ନବୀକରଣ ଓ ଏହାର ସଂରକ୍ଷଣ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା l ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷରୋପଣ ମାଧ୍ୟମରେ ଜଳବାୟୁ ନିୟନ୍ତ୍ରିତ ହୋଇପାରିବ ଏବଂ ଏହାକୁ ଜନସଚେତନତା ମାଧ୍ୟମରେ ସର୍ବବ୍ୟାପି କରିବା ଆବଶ୍ୟକ ବୋଲି ସମସ୍ତେ ମତପୋଷଣ କରିଥିଲେ l ବିଦ୍ୟାଳୟର ସ୍କାଉଟ୍ସ ଏବଂ ଗାଇଡ଼ସ ର ଶିଶୁ,ଦଶମ ଶ୍ରେଣୀର ଶିଶୁ୍ଙ୍କ ସହ
 ଆଚର୍ଯ୍ୟ ଏବଂ ଆଚାର୍ଯ୍ୟା ମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ ଯୋଗଦେଇ ପିଲାମାନଙ୍କୁ ବୃକ୍ଷର ଉପକାରିତା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ କହିଥିଲେ ସମସ୍ତେ ନିଜ ଘରେ ଦୁଇଟି ଗଛ ଲଗେଇ, ଆମ ପରିବେଶକୁ ଆମେ ରକ୍ଷା କରିବା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୭/୨୦୨୩----୮,୪୫ Sakhigopal News,12/7/2023

Blog Archive

Popular Posts