ପୋଖରୀରେ ବୁଡି ୫ ବର୍ଷର ଝିଅର ମୃତ୍ୟୁ
ଭଞ୍ଜନଗର -- ପୋଖରୀ ରେ ବୁଡି ୫ ବର୍ଷର ଝିଅର ମୃତ୍ୟୁ ହୋଇଯାଇଛି। ଭଞ୍ଜନଗର ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ନାବାଳିକା ଜଣକ ହେଲେ ପୁରୁଣାପାଣି ଗାଁ ର ଟୁକୁନା ନାଇକଙ୍କ ଝିଅ ସ୍ନେହଲତା ନାଇକ । ଏହି ଘଟଣାକୁ ନେଇ ଭଞ୍ଜନଗର ଥାନା କେସ ନଂ ୧୦/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ ସୁଚନା ଦେଇଛନ୍ତି । ଖବର ନେବାରେ ପୁରୁଣା ପାଣି ଗ୍ରାମର ଟୁକୁନାଙ୍କ ଝିଅ ସ୍ନେହଲତା କିଛି ସାଙ୍ଗମାନଙ୍କ ସହ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ପାଣି ଭିତରକୁ ଖସିପଡିଲେ । ବହୁ ସମୟ ଧରି ସ୍ନେହଲତା ଘରକୁ ନଫେରିବାରୁ ଖୋଜାଖୋଜି କରିବା ପରେ ଗ୍ରାମ ନିକଟରେ ଥିବା ପୋଖରୀରୁ ଉଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ନେହଲତା କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଭଞ୍ଜନଗର ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି , ମୃତଦେହ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୪/୨୦୨୩----୮,୨୦ Sakhigopal News,5/4/2023