ପୂଜକ ଙ୍କୁ ତାଲା ପକାଇ ମନ୍ଦିରରୁ ଚୋରି , ଦାନବାକ୍ସ ରୁ ଟଙ୍କା ନେଇଗଲେ
ଜଟଣୀ :----ପୂଜକ ଙ୍କୁ ତାଲା ପକାଇ ମନ୍ଦିରରୁ ଚୋରି କଲେ, ଦାନବାକ୍ସ ରୁ ଟଙ୍କା ନେଇ ଫୋପାଡ଼ି ଦେଲେ । ଜଟଣୀ ଥାନା ଅନ୍ତର୍ଗତ ରଥିପୁର ଗ୍ରାମର ପ୍ରାଚୀନ ଶ୍ରୀ ସାକ୍ଷୀ ଗୋପୀନାଥ ଦେବଙ୍କ ମନ୍ଦିରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିର ପରିସରରେ ରହୁଥିବା ପୂଜକ ମାନଙ୍କୁ ବାହାର ପଟରୁ ତାଲା ପକାଇ ମନ୍ଦିରର ମୁଖ୍ୟ କବାଟ ଓ ଭିତର କବାଟ ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ ।ମନ୍ଦିରରୁ ଦୁଇଟି ରୁପା ମୁକୁଟ,ଦୁଇଟି ରୁପା ବଂଶୀ,ଦୁଇଟି ରୁପା ଗ୍ଲାସ, ଦୁଇଟି ରୁପା କଙ୍କଣ ଏବଂ ବିଭିନ୍ନ ଅଳଙ୍କାର ସହ ଦାନବାକ୍ସ ଭାଙ୍ଗି ଟଙ୍କା ଚୋରି କରିଛନ୍ତି । ଦାନବକ୍ସକୁ ନେଇ ପାଖରେ ଥିବା ପାଣି ଟାଙ୍କି ନିକଟରେ ଫୋପାଡ଼ି ଦେଇ ପଳାଇ ଯାଇଛନ୍ତି । ଏ ନେଇ ସାକ୍ଷୀ ଗୋପୀନାଥ ମନ୍ଦିର କମିଟିର ସମ୍ପାଦକ ସମରେଶ ଛୋଟରାୟ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ରଥିପୁର ଗ୍ରାମର ଦୁଇଜଣ ବ୍ୟକ୍ତି ପ୍ରତିଦିନ ଭୋର 4 ଟା ବେଳେ ମନ୍ଦିର ପରିସରକୁ ସଫା କରିବା ପାଇଁ ଆସିଥାନ୍ତି ।ମଙ୍ଗଳବାର ଭୋର ରୁ ଆସି ଦେଖନ୍ତି ପୂଜକ ଶୋଇଥିବା ଘର ବାହାର ପଟରୁ ବନ୍ଦ ରହିଛି । ପୂଜକଙ୍କୁ ଡାକିବା ସହ ମନ୍ଦିର କୁ ଯାଇ ଦେଖିଲେ ମୁଖ୍ୟ କବାଟ ଏବଂ ଭିତର କବାଟ ଭଙ୍ଗା ଯାଇଛି । ଠାକୁର ଙ୍କର ସମସ୍ତ ଅଳଙ୍କାର ଚୋରି ହେବା ସହ ଦାନବାକ୍ସ ମଧ୍ୟ ଚୋରି ହୋଇଛି । ଗାଁ ଲୋକଙ୍କୁ ଡାକି ଖବର ଦେବା ସହ ମନ୍ଦିର ଠାରୁ ଅଳ୍ପ ଦୂରରେ ପାଣି ଟାଙ୍କି ପାଖରେ ଦାନବାକ୍ସ ପଡ଼ିଥିବା ଦେଖିଥିଲେ ।
ଗତବର୍ଷ ମାର୍ଚ୍ଚ ମାସରେ ଏହି ପ୍ରାଚୀନ ସାକ୍ଷୀ ଗୋପୀନାଥ ମନ୍ଦିର କୁ ପ୍ରତିଷ୍ଠା କରାଯାଇଥିଲା ଏବଂ ପ୍ରତିଷ୍ଠା ଦିବସରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଉପସ୍ଥିତ ଥିଲେ |ପ୍ରତିଷ୍ଠା ହେବା ଦିନ ଠାରୁ ପ୍ରାୟ ବର୍ଷେ ହେଲାଣି ମନ୍ଦିର ହୁଣ୍ଡି ଖୋଲା ଯାଇନଥିଲା |ଗ୍ରାମବାସୀ ଙ୍କ କହିବା ଅନୁସାରେ ମନ୍ଦିରକୁ ଶ୍ରଦ୍ଧାଳୁ ମାନେ ବହୁ ଦାନ ଦେଉଛନ୍ତି ଏବଂ ହୁଣ୍ଡିରେ ପ୍ରାୟ 4 ରୁ 5 ଲକ୍ଷ ଟଙ୍କା ଥିବା ଅନୁମାନ କରାଯାଉଛି |ତେବେ ଚୋରି ସମ୍ପର୍କରେ ଜଟଣୀ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଜଟଣୀ ଥାନା ପୋଲିସ ମନ୍ଦିରରେ ପ୍ରାଥମିକ ଅନୁସନ୍ଧାନ କରିବା ସହ ପଚରା ଉଚୁରା କରିଥିଲେ ଏବଂ ପରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୪/୨୦୨୩----୮,୪୫ Sakhigopal News,25/4/2023