ବୀରଗୋବିନ୍ଦପୁର ଦକ୍ଷିଣକାଳୀପୀଠରେ ତ୍ରିଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ଓ ଚଣ୍ଡୀପାଠ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଦକ୍ଷିଣକାଳୀ ପୀଠରେ ତ୍ରିଦିବସୀୟ ନବକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ଚଣ୍ଡୀପାଠ ଆରମ୍ଭ ହୋଇଯାଇଛି । ଏହି ଅବସରରେ ମା ଦକ୍ଷିଣକାଳୀଙ୍କ ପୀଠରେ ନୂତନ ଭାବେ ନିର୍ମିତ ଯଜ୍ଞ ମଣ୍ଡପ ପରିସରରେ ବଶ୍ୱଶାନ୍ତି ମହାଯଜ୍ଞ ସହିତ ଚଣ୍ଡୀପାଠ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସକାଳେ ମାଙ୍କ ପୀଠରୁ ଗ୍ରାମର ୧୦୮ଜଣ ପୁରୁଷ ଓ ମହିଳା ମାନେ ଏକତ୍ରିତ ହୋଇ ଶଙ୍ଖ, କାହାଳୀ, ବାଜା, ଘଣ୍ଟି, ଘଣ୍ଟ, ଛତ୍ରି ଛାତ୍ର, ବୈଠକ ସହିତ ଏକ ଶୋଭାଯାତ୍ରାରେ ଗ୍ରାମ ମୁଣ୍ଡିରେ ଥିବା ଶିବ ଗଙ୍ଗା ପୋଖରୀରେ ଘଟ ବୁଡାଇଥିଷଲ । ସ୍ରେତିୀୟ ବାହ୍ମଣଙ୍କ ଦ୍ୱାରା ଅଭିମନ୍ତ୍ରୀତ କରାଯିବା ପରେ ପାଖରେ ଥିବା ଦୁର୍ଗା ମାଧବ ମନ୍ଦିର ନିକଟରେ ପୂଜା ପାଠ କରାଯିବା ପରେ ଯଜ୍ଞ ମଣ୍ଡପରେ ଘଟ ସ୍ଥାପନ କରାଯାଇଥିଲା । ଯଜ୍ଞମଣ୍ଡପରେ ତିଇର୍ୀବାହାନ, ମଣ୍ଡଳକରଣ, ଯଜ୍ଞ କୁଣ୍ଡରେ ଅଗ୍ନିସ୍ଥାପନ ପରେ ପରେ ଆହୁତି ପ୍ରଦାନ କରାଯାଇଥିଲା । ସମସ୍ତ ବ୍ରତୀ ମାନେ ତିନିଦିନ ଧରି ହବିଷ୍ନାନରେ ରହିବା ସହ ସେମାନଙ୍କ ପାଇଁ ଗ୍ରାମ୍ୟ କୋଠ ପକ୍ଷରୁ ନୂତନବସ୍ତ କରାଯାଇଥିଲା । ମା ଦକ୍ଷିଣକାଳୀଙ୍କ ମୁଖ୍ୟ ପୂଜକ କାଶୀନାଥ ମିଶ୍ରଙ୍କ ସହିତ ଅଗାଧୁ ଦୀକ୍ଷିତ ପୂଜା କାର୍ଯ୍ୟ ତୁଳାଇଥିଲେ । ଯଜ୍ଞ ବିଶାରଦ ପଣ୍ଡିତ ଚିନ୍ତାମଣି ଦାଶ ଶର୍ମା ଙ୍କ ସହିତ ତାଙ୍କ ସହଯୋଗୀ ସୁଦର୍ଶନ ଷଡଙ୍ଗୀ ପ୍ରମୁଖ ଯଜ୍ଞ କାର୍ଯ୍ୟ ତୁଲାଉଛନ୍ତି । ଯଜ୍ଞରେ କର୍ତ୍ତା ଭାବେ ବିଜୟ କୁମାର ମହାପାତ୍ର ଓ କର୍ତ୍ତୀ ଭାବେ ମୀରା ମହାପାତ୍ର କାର୍ଯ୍ୟ ତୁଳାଉଛନ୍ତି । ବୀରଗୋବିନ୍ଦପୁର ମହାଜନୀ କୋଠର ସଭାପତି ନବ କିଶୋର ନନ୍ଦ, ସମ୍ପାଦକ ଲୋକନାଥ ମିଶ୍ରଙ୍କ ସହିତ ଆଦିତ୍ୟ ପ୍ରସାଦ ନନ୍ଦ, ଚନ୍ଦ୍ର ଶେଖର ନନ୍ଦ ଓ ଦେବେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁପରିଚାଳନରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୪/୨୦୨୩---୭.୨୦ Sakhigopal News, 17/4/2023