ଘରୋଇ ପୋଷାକରେ ଚାଲିଛି ବିଦ୍ୟାଳୟ , ଅନଲାଇନ ପାଠପଢ଼ାକୁ ନେଇ ବିବ୍ରତ ଅବିଭାବକ
ଜଟଣୀ :-ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ତାତିରେ ଜଳିଯାଉଥୁବାର ଦେଖି ରାଜ୍ୟ ସରକାର ଅସହ୍ୟ ତାତିରୁ ଛାତ୍ରଛାତ୍ରୀମାନେ ରକ୍ଷା ପାଇବା ଉଦେଶ୍ୟରେ ଖରା ଛୁଟିର ଦୁଇ ସପ୍ତାହ ଆଗରୁ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି l ସରକାରଙ୍କ ଛୁଟି ଘୋଷଣାର ପରବର୍ତ୍ତୀ ଦିନ ଘରୋଇ ବିଦ୍ୟାଳୟ ଗୁଡିକରେ ମୋବାଇଲ ମାଧ୍ୟମରେ ଅନଲାଇନରେ ପାଠପଢା ଆରମ୍ଭ ହୋଇଯାଇଛି l ବିଶେଷ କରି ପ୍ରାଥମିକ ଶ୍ରେଣୀର (ପ୍ରଥମରୁ ପଞ୍ଚମ) ଶିଶୁଙ୍କର ଅବିଭାବକମାନଙ୍କ ଭାଳେଣି ବଢିଯାଇଛି l ପିଲାଙ୍କ ପାଠପଢା ପାଇଁ ରୋଜଗାର ବନ୍ଦ ହେବ ନା ପିଲାଙ୍କ ପାଇଁ ଆଉ ଏକ ମୋବାଇଲ କିଣା ହେବ l ଏଭଳି ଦ୍ଵନ୍ଦ ମଧ୍ୟରେ ସେଥିରୁ କିଛି ଛାତ୍ରଛାତ୍ରୀ ପାଠପଢାରୁ ବଂଚିତ ହେଲେ l କିଛି ଅବିଭାବକ ଅନଲାଇନ ପାଠପଢାକୁ ନେଇ ବିରକ୍ତି ପ୍ରକାଶ କଲେ l ସେଥିରେ ବେଳେବେଳେ ନେଟୱାର୍କର ଅସୁବିଧା ତ କେତେବେଳେ ବିଦ୍ୟୁତ କାଟର ଅସୁବିଧାର ସମ୍ମୁଖୀନ ହୋଇ ପାଠପଢାରେ ବ୍ୟାଘାତ ହେଲା l ଆଉ କେତକ ଘରୋଇ ବିଦ୍ୟାଳୟ ଗୁଡିକ ବେସରକାରୀ ଭାବେ ଘରୋଇ ପୋଷାକରେ ନିଜ ବିଦ୍ୟାଳୟରେ ପୂର୍ବଭଳି ପାଠପଢା ଆରମ୍ଭ କରିଛନ୍ତି l ସରକାରଙ୍କ ଛୁଟି ଘୋଷଣା କରିଥିଲେ ମଧ୍ୟ ଘରୋଇ ବିଦ୍ୟାଳୟ ଗୁଡିକ କିପରି ବେସରକାରୀ ଭାବେ ବିଦ୍ୟାଳୟ ଚାଲୁ କରିଛନ୍ତି l ଏହା ସାଧାରଣରେ ପ୍ରଶ୍ନବାଚୀ ? । ଯଦି ବାଟରେ କୌଣସି ଶିଶୁଙ୍କର କିଛି ଅଘଟଣ ଘଟେ ତେବେ ଏଥିପାଇଁ ଦାଇହେବ କିଏ ?। ସରକାର ନା ଘରୋଇ ଶିକ୍ଷାନୁଷ୍ଠାନ l
ବୁଦ୍ଧିଜୀବୀଙ୍କ ମତରେ ପ୍ରତ୍ୟକ ବର୍ଷ "ମେ' ମାସ ପ୍ରଥମ ସପ୍ତାହରେ ରାଜ୍ୟର ସମସ୍ତ ବିଦ୍ୟାଳୟର "ଖରା ଛୁଟି' ହୋଇଥାଏ l ଚଳିତ ବର୍ଷ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେତୁ ସରକାର ଦୁଇ ସପ୍ତାହ ଆଗରୁ ଛୁଟି ଘୋଷଣା କଲେ l ଏହି ଦୁଇ ସପ୍ତାହର ପାଠକୁ ବିଦ୍ୟାଳୟ ଛୁଟି ପରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପଢାଇ ପାଠ୍ୟକ୍ରମ ଶେଷ କରିପାରିବେ ନାହିଁ l ସେଥିରେ ପୁଣି ଅନଲାଇନ ପାଠପଢ଼ା l ସମସ୍ତ ବିଷୟ କୁ ଆଧାର କରି ସରକାର ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକର କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯେପରି ଉଜ୍ଜ୍ୱଳ ହେବ ସେଥିପ୍ରତି ଧ୍ୟାନ ଦେବା ପାଇଁ ବୁଦ୍ଧିଜୀବୀ ମାନେ ମତ ପୋଷଣ କରିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୪/୨୦୨୩---୮,୫୫ , Sakhigopal News,28/4/2023