ପ୍ରୟାସ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ବୁଲା ଗୋରୁ ଗାଇ ମାନଙ୍କ ପାଇଁ ଜଳଛତ୍ର କେନ୍ଦ୍ର ଖୋଲିଲା
ବାଲିଗୁଡ଼ା ---- ପ୍ରଚଣ୍ଡ ଖରାକୁ ଆଖି ଆଗରେ ରଖି ପ୍ରଶାସନ ଓ ବିଭିନ୍ନ ପଞ୍ଚାୟତ ପକ୍ଷରୁ ଛକ ଓ ବଜାର ମାନଙ୍କରେ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି। ମାତ୍ର ସେହି ପରି ଅସହ୍ୟ ଗରମ ଯୋଗୁଁ ବିଭିନ୍ନ ନାଳ, ପୋଖରୀ ଶୁଖିଯାଇଛି । ବୁଲା ଗୋରୁ ଗାଇ, ପଶୁ ପକ୍ଷୀ ମାନେ ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ହେଉଛନ୍ତି । ଏହାକୁ ନଜର କରି ପ୍ରୟାସ ସ୍ବେଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ସାହି ରେ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି । ସଂଯୁକ୍ତା ଘଡେଇ ମେମୋରିଆଲ ଟ୍ରଷ୍ଟ କିଛି ସ୍ୱୟଂ ସହାୟକ ଗୋଷ୍ଟୀ ସଦସ୍ୟ ଙ୍କୁ ନେଇ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛି |ରାସ୍ତା ରେ ବୁଲୁ ଥିବା ଗୋରୁ ଗାଇ ଯେପରି ଖାଦ୍ୟ ସହିତ ଜଳ ର ବ୍ୟବସ୍ଥା କରୁଛି ଏହି ସଂଗଠନ | ଏହି ସଂଗଠନ ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ ମହିଳା ମାନଙ୍କୁ ପ୍ଲାଷ୍ଟିକ କୁଣ୍ଡ ପ୍ରଦାନ କରାଯାଇଛି |ଏହି କୁଣ୍ଡ ରେ ପ୍ରତ୍ୟେକ ଦିନ ଘର ଆଗରେ ଗୋରୁ ଗାଇ, ପଶୁ ପକ୍ଷୀ ମାନଙ୍କୁ ପିଇବା ପାଇଁ ପାଣି କୁଣ୍ଡ ର ବ୍ୟବସ୍ଥା କରାଯାଇଛି |ଏଥିରେ ସଂଯୁକ୍ତା ଘଡେଇ ମୋମୋରିଆଲ ଟ୍ରଷ୍ଟ, ମା ତାରିଣୀ ଏସଏଜି, ସନ୍ତୋଷୀ ଏସଏଜି, ଜୟ ଦୁର୍ଗା ଏସଏଜି, ବରାଳଦେବୀ ଏସଏଜି ସମେତ ବିଭିନ୍ନ ସାହି ରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ ର ମହିଳା ମାନେ ସହଯୋଗ କରୁଥିବା ଆବାହକ ପ୍ରଭାତ କୁମାର ଘଡେଇ କହିଛନ୍ତି |
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୭/୪/୨୦୨୩---୭,୨୦ Sakhigopal News,27/4/2023