Breaking News

ମାଓ ଅଞ୍ଚଳରେ ପାହାଡ଼ ଉପରେ ଚଢି ଜଙ୍ଗଲ ନିଆଁ କୁ ଆୟତ୍ତ କଲେ ବାଲିଗୁଡା ବନଖଣ୍ଡ ଅଧିକାରୀ


କନ୍ଧମାଳ ---- କୋଟଗଡ ରେଞ୍ଜ ରେ ଜଙ୍ଗଲ ନିଆଁ ର ପାଦୁର୍ଭାବ ଦେଖିବାକୁ ମିଳିଥିଲା।ଏହାକୁ ଆଖି ଆଗ ରେ ରଖି ରାତ୍ରି ରେ ପର୍ବତ ଉପରେ ଚଢି ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ,କୋଟଗଡ଼ ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ଙ୍କ ସମେତ ଏକ ଟିମ ଏଥିରେ ସାମିଲ ହୋଇଥିଲେ। କୋଟଗଡ଼ ରେଞ୍ଜ ର ଶ୍ରୀରାମପୁର ନିକଟସ୍ଥ ମୁଣ୍ଡବାଲୁଗୁ ପର୍ବତ ରେ ପହଂଚି ନିଆଁ କୁ ଲିଭାଇବାରେ ସମର୍ଥ ହୋଇଛନ୍ତି l ଚଳିତ ସେସନରେ ବାଲିଗୁଡା ବନଖଣ୍ଡ ର ସମସ୍ତ ରେଞ୍ଜ ରେ ନିଆଁ ଲାଗିନଥିବା ବେଳେ ଗତକାଲି କୋଟଗଡ଼ ରେଞ୍ଜ ରେ 20-25 ଜାଗାରେ ନିଆଁ ଲାଗିଥିବା ନେଇ ଫାୟାର ପଏଣ୍ଟରୁ ଆସିଥିଲା l କଂଟ୍ରୋଲ ରୁମରୁ ଖବର ଆସିବା ପରେ ବାଲିଗୁଡା ବନଖଣ୍ଡ ଅଧିକାରୀ କୋଟଗଡ ରେଞ୍ଜର ଙ୍କୁ ଅବଗତ କରେଇବା ସହ ନିଆଁ ଲିଭେଇବାକୁ ଯାଇ ନିଜେ କୋଟଗଡ଼ ରେଞ୍ଜ ର ଶ୍ରୀରାମପୁର ଅଞ୍ଚଳ ଗସ୍ତ କରିଥିଲେ l ତେବେ ରାତିଦିନ କୁ ଖାତିର ନକରି କୋଟଗଡ଼ ବନାଞ୍ଚଳ ର ସମସ୍ତ ଷ୍ଟାଫ ନିଆଁ ଲିଭା କାର୍ଯ୍ୟରେ ନିଜ କୁ ସମର୍ପିଥିବା ସହ ଉଦ୍ୟମ ଜାରୀ ରଖିଥିବା ରୁ ଚଳିତ ବର୍ଷ ଜଙ୍ଗଲ ନିଆଁ କୁ ରୋକିବା ରେ ସଫଳ ହୋଇଥିବା ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା କହିଛନ୍ତି l ବନ ସୁରକ୍ଷା ସମିତି, ଜନ ପ୍ରତିନିଧି ଙ୍କୁ ନିଆଁ ଲାଗିଲେ ବନ ବିଭାଗ କୁ ସାହାର୍ଯ୍ୟ କରିବାକୁ ଡିଏଫଓ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୭/୪/୨୦୨୩----୮,୫୦ Sakhigopal News,17/4/2023
 

Blog Archive

Popular Posts