ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥୁଆପାଲି ଠାରେ ଓଡିଶା ସରକାର ଗଣ ଶିକ୍ଷା ବିଭାଗ ର ନିର୍ଦ୍ଦେଶ କ୍ରମେ ଅଭିଭାବକ, ଅଭିଭାବିକା ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ମଞ୍ଚ ର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୧୩୬ ଜଣ ଯୋଗଦାନ କରିଥିଲେ। ସଭା ରେ ପ୍ରଧାନ ଶିକ୍ଷକ ଶ୍ରୀ ନରେନ୍ଦ୍ର କୁମ୍ଭାର ଅବକାଶ କାଳୀନ ଗୃହକାର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଏଥିରେ ପିତାମାତା, ଅଭିଭାବକ, ଅଭିଭାବିକା ମାନଙ୍କର ଭୂମିକା ବିଷୟରେ ବୁଝାଇ ଥିଲେ।ଛାତ୍ରଛାତ୍ରୀ ମାନେ କିପରି ସହଜ,ସରଳ ଭାବରେ ଶିକ୍ଷା ଗ୍ରହଣ କରି ଭବିଷ୍ଯତ ରେ ଆଦର୍ଶ ଆଚରଣ ରଖି ଭଲ ମଣିଷ ହେବେ ସେଥିପ୍ରତି ଧ୍ୟାନ ଦେବା ଦରକାର ବୋଲି ବକ୍ତବ୍ୟରେ କହିଥିଲେ।ଏହି ବୈଠକ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ପରିଶେଷରେ ଶିକ୍ଷକ ପ୍ରତାପ କେଶରୀ ବହିଦାର ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ସମସ୍ତ ପିତା ମାତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୪/୨୦୨୩----୭,୪୫ Sakhigopal News,22/4/2023