Breaking News

ବାଲିଗୁଡା ରେ ବିଜେଡି ସାଙ୍ଗଠନିକ ବୈଠକ



କନ୍ଧମାଳ--- ବାଲିଗୁଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ   ମହାସିଂ ଠାରେ ବିଜେଡି ର ଏକ ସାଂଗଠନିଜ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି  | ବାଲିଗୁଡା ବ୍ଲକ ବିଜେଡି ସଭାପତି  ତଥା ସାଂସଦଙ୍କ ପ୍ରତିନିଧି ଟୁନା ଦାସ ଉକ୍ତ ବୈଠକରେ  ସଭାପତିତ୍ବ କରିଥିଲେ। ଏଥିରେ କନ୍ଧମାଳ ବିଜେଡି ପର୍ଯ୍ୟାବେକ୍ଷକ ବିଜୟ ନାୟକ, ବାଲିଗୁଡା ବିଧାୟକ ଚକ୍ରମଣି କହଁର ଯୋଗ ଦେଇ  ବିଜେଡି କର୍ମୀ ମାନଙ୍କ ସହିତ ଦଳୀୟ ସଂଗଠନ   ସମ୍ପର୍କ ରେ ସମୀକ୍ଷା କରିଥିଲେ | ଏଥିରେ ବାଲିଗୁଡା,କୋଟଗଡ, ତୁମୁଡିବନ୍ଧ, ଓ କ ନୂଆଗାଁ ବ୍ଲକ ରେ ଥିବା ପଂଚାୟତ, ନଗର,ୱାର୍ଡ ଓ ବୁଥ ଦକମିଟି ସମ୍ପର୍କ ରେ ଆଲୋଚନା  ସହିତ ସଂଗଠନ କୁ ମଜବୁତ ପାଇଁ ନେତୃ ମଣ୍ଡଳୀ ଙ୍କ ସହିତ ଆଲୋଚନା କରିଥିଲେ |ତୃଣମୂଳ ସ୍ତରରେ ବିଜେଡି ଦଳକୁ ଆହୁରି ଶକ୍ତିଶାଳୀ  କରି  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ଲୋକଙ୍କୁ ଅବଗତ କରିବା ପାଇଁ  ପର୍ଯ୍ୟବେକ୍ଷକ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ | ଏଥିରେ ତୁମୁଡିବନ୍ଧ ବିଜେଡି ସଭାପତି ପ୍ରମୋଦ ସାହୁ, କୋଟଗଡ ସାଂସଦ ପ୍ରତିନିଧି ମନୋଜ ସାବତ, କ ନୂଆଗାଁ ବ୍ଲକ ବିଜେଡି ସଭାପତି ଭାଗ୍ୟବାନ ବେହେରା, ବାଲିଗୁଡା ନଗର ସଭାପତି ଅବନୀ କାନ୍ତ ନାୟକ, ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସାବେଜଉଦ୍ଧିନ, ସେକ ସୋନୁ, ସମେତ ଲୋକପ୍ରତିନିଧି, ଦଳୀୟ କର୍ମୀ ଉପସ୍ଥିତ ଥିଲେ | କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୮/୪/୨୦୨୩---୮,୪୫ Sakhigopal News,28/4/2023

Blog Archive

Popular Posts