Breaking News

ସହରର ସମସ୍ତ ବିଦ୍ୟୁତ ସଂଯୋଗ ଖୁଣ୍ଟ ବେସରକାରୀ କେବୁଲ ଟଭି କମ୍ପାନୀ ଅକ୍ତିଆରରେ





ଜଟଣୀ --2020 ମସିହା ଏପ୍ରିଲ ମାସରେ ନିରବଛିନ୍ନ ଓ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟସରକାର ଏବଂ ଟାଟା ପାୱାର ମଧ୍ୟରେ ଏକ ୨୫ ବର୍ଷୀୟ ଅନୁବନ୍ଧିତ ପତ୍ର ସ୍ଵାକ୍ଷରିତ ହୋଇଥିଲା l ଏହା ପୂର୍ବରୁ କାର୍ଯ୍ୟ କରୁଥିବା ସେସୁକୁ ଅଧିକାର କରିଥିଲା ଟାଟା ପାୱାର l କାର୍ଯ୍ୟ ଭାର ଗ୍ରହଣ କରିବାର ୨ ବର୍ଷ ବିତିଯାଇଥିଲେ ମଧ୍ୟ ଜଟଣୀ ସହରରେ ସେପରି କିଛି କାର୍ଯ୍ୟରେ ଉନ୍ନତି ପରିଲିକ୍ଷିତ ହୋଇନାହିଁ l ସେସୁ ଥିବା ଅବସ୍ଥାରେ ଯାହା ଥିଲା ବର୍ତ୍ତମାନ ସେହି ପରି ଅବସ୍ଥାରେ ରହିଛି l କେତକ ସ୍ଥାନରେ ଲୁହା ବିଦ୍ୟୁତ ଖୁଣ୍ଟ ତଳୁ ଜଙ୍କ ଖାଇ ନଷ୍ଟ ହୋଇଯାଇଛି ତ ଅନେକ ଖୁଣ୍ଟି ବଙ୍କା ହୋଇ ରସ୍ତାକୁ ବିପଦ ସଂକୁଳ ଅବସ୍ଥାରେ ଢଳି ରହିଛି । ବିଦ୍ୟୁତ ତାର ଗୁଡିକ ସଠିକ ଭାବେ ଭିଡା ନ ହୋଇ ଝୁଲନ୍ତା ଅବସ୍ଥାରେ ଝୁଲି ରହୁଛି l ରାସ୍ତାରେ ଟ୍ରକ, ହାଇୱା, ଜେସିବି ଏବଂ ଟ୍ରାକ୍ଟର ଗୁଡିକ ଯିବା ସମୟରେ ଅନେକ ସମୟରେ ଝୁଲନ୍ତା ତାର ସେହି ଗାଡିଗୁଡିକ ସଂସ୍ପର୍ଶରେ ଆସି ରାସ୍ତା ଉପରେ ଛିଡି ପଡ଼େ l ଏହା ଦ୍ୱାରା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସଂଯୋଗ ବ୍ୟାହତ ଘଟିଥାଏ। ସହରରେ ମାତି ଥିବା ଅନେକ ବେସରକାରୀ କେବୁଲ ଟିଭି କମ୍ପାନୀ ଗୁଡିକ ବିଦ୍ୟୁତ ବିଭାଗର ଉଚ୍ଚ ପଦସ୍ଥ ବାବୁ ମାନଙ୍କୁ ହାତ ଗୁଞ୍ଜା ଦେଇ ଖୁଣ୍ଟ ଗୁଡିକୁ ନିଜ ଅକ୍ତିଆରକୁ ନେଇ ସାରିଲେଣି । ଖୁଣ୍ଟ ଗୁଡିକରେ କେବୁଲ ତାର ବିଛାଇ ଏକ ପ୍ରକାର ବୁଢିଆଣୀ ଜାଲ ଭଳି  ରହିଛି । ଯାହା ଫଳରେ ବିଦ୍ୟୁତ ତାର ଜଳି ବିଦ୍ୟୁତ ସଂଯୋଗ ବ୍ୟାହତ ଘଟେ l  ଏଭଳି ଘଟଣା ୨ ଦିନ ତଳେ ମଧ୍ୟ ରାତ୍ରରେ ରାଜାବଜାର ଅଂଚଳରେ ଥିବା ବିଦ୍ୟୁତ ଖୁଣ୍ଟରେ ନିଆଁ ଲାଗି ଜାଳିବା ଦୂଶ୍ଯ
 ଦେଖିବାକୁ ମିଳିଥିଲା l ଏକ ବଡ ଦୁର୍ଘଟଣାରୁ ବର୍ତ୍ତୀ ଯାଇଥିଲେ ସ୍ଥାନୀୟ ଲୋକେ l ଯେତେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳେ ନାହିଁ l କିଛି ଦିନ ତଳେ ସ୍ଥାନୀୟ ନୂଆ ଗାଁରେ ପଶ୍ଚିମା ଝଡ ଫଳରେ ବିଦ୍ୟୁତ ସଂଯୋଗ ତାର ଛିଡି ତଳେ ପଡିଥିଲା କିନ୍ତୁ ସେଥିରୁ ବିଦ୍ୟୁତ ବିଛିନ୍ନ ହୋଇନଥିବାରୁ ସେହି ତାର ସଂସ୍ପର୍ଶରେ ଏକ ବୁଲା ଷଣ୍ଢର ମୃତ୍ୟୁ ହୋଇଥିଲା ।  ଏବେ ମାର୍ଚ୍ଚ ମାସରେ ବଜେଟ ମାସ ଥିବାରୁ ସହର ସାରା ବୁଲି ବୁଲି ହିତାଧିକାରୀ ଙ୍କ ଠାରୁ ବକେୟା ବିଦ୍ୟୁତ ଦେୟ ଟଙ୍କା ସଂଗ୍ରହ କରାଯାଉଛି ବିଭାଗ ପକ୍ଷରୁ l ବଡ଼ବଡ଼ିଆଙ୍କ ବକେୟା ବିଦ୍ୟୁତ ଦେୟ ଲକ୍ଷ ଲକ୍ଷ ଟଙ୍କା ଥିଲେ ମଧ୍ୟ ୱାନ ଟାଇମ ସେଟେଲମେଣ୍ଟ ମାଧ୍ୟମରେ କିଛି ଟଙ୍କା ନେଇ ଚାଲି ଆସନ୍ତି। କିନ୍ତୁ ଗରିବ ମୁଲିଆ ମାସକୁ ମାସ ଯେତିକି ବିଦ୍ୟୁତ ଦେୟ ଆସେ ନଖାଇ ମଧ୍ୟ ଟଙ୍କା ପୈଠ କରିଥାନ୍ତି l କୌଣସି କାରଣ ବଶତଃ ଗୋଟିଏ ମାସର ବିଦ୍ୟୁତ ଦେୟ ବାକି ଥିଲେ ତାଙ୍କ ଠାରୁ ବାଧ୍ୟତା ମୂଳକ ଭାବେ ଟଙ୍କା ଆଦାୟ କରି ନିଅନ୍ତି ନ ହେଲେ ବିନା ନୋଟିସରେ ବିଦ୍ୟୁତ ସଂଯୋଗ କାଟି ଦିଅନ୍ତି l ନିୟମିତ ଭାବେ ବିଦ୍ୟୁତ ଦେୟ ପଇଠ କରିଆସୁଥିବା ଗ୍ରାହକ ମାନଙ୍କ ବିଲରେ ଆସୁଛି ମନ ଇଛା ଏରିଅର ବିଲ l ବର୍ଷ ବର୍ଷ ଧରି ଖରାପ ଥିବା ମିଟରକୁ ପରିବର୍ତ୍ତନ ନ କରି ମନଇଛା ମାସିକ ଧାର୍ଯ୍ୟ ଟଙ୍କା ଆଦାୟ କରିନିଅନ୍ତି l ଯେତେବେଳେ ମିଟର ବଦଳାଇ ନୂତନ ମିଟର ଲଗାଯାଏ ତା ପରବର୍ତ୍ତୀ ମାସରେ ଏରିଅର ବିଲ ଆସେ ଯାହା ଫଳରେ ସାଧାରଣ ଉପୋଭୋକ୍ତା ଚିନ୍ତାରେ ପଡେ l  ଜଟଣୀରେ ସୁଧୁରୁନି ବିଦ୍ୟୁତ ବିଭ୍ରାଟ ଅନେକ ସମୟରେ ମନଇଛା ବିଦ୍ୟୁତ କାଟ l କେତେବେଳେ ରାତିରେ, ଦିନରେ, ଦ୍ବିପହରରେ, ସନ୍ଧ୍ୟାରେ ବିଦ୍ୟୁତ କାଟକୁ ନେଇ ଗ୍ରାହକ ଅସନ୍ତୋଷ l ବର୍ତ୍ତମାନ ଅସହ୍ୟ ତାତି ଏବଂ ଗରମ ଯୋଗୁଁ ରାଜ୍ୟ ସରକାରଙ୍କ "ହିଟ ୱେବ ' ଘୋଷଣା କରିଥଲେ ମଧ୍ୟ ସ୍ଥାନୀୟ ବିଦ୍ୟୁତ ବିଭାଗର ନିଦ ଭାଙ୍ଗିନି । ଆଗକୁ ଯଦି ଟାଟା ପାୱାର ତା କାର୍ଯ୍ୟକଳାପରେ ପରିବର୍ତ୍ତନ ନ ଆଣେ ତେବେ ଏହାର ଠିକଣା ଜବାବ ଦେବେ ବୋଲି କିଛି ସଂଘଠନ ଏବଂ ବିଦ୍ଯୂତ  ଉପଭୋକ୍ତା ମାନେ ଏହାର କଠୋର ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୪/୨୦୨୩----୮,୫୫ Sakhigopal News,13/4/2023

Blog Archive

Popular Posts