Breaking News

ଆଇଆଇଟି ରୋଡ଼ ରୁ ଛଅ ଗଞ୍ଜେଇ ବେପାରୀ ଗିରଫ


 ଜଟଣୀ ----ଜଟଣୀ ଥାନା ଖୁଦୁପୁର ଆଇଆଇଟି ରୋଡ଼ ରେ ଥିବା ମଙ୍ଗଳା ମନ୍ଦିର ନିକଟରୁ 5 ଲକ୍ଷ ଟଙ୍କାର ଗଞ୍ଜେଇ ସହ 6ଜଣକୁ ଗିରଫ କରିଛି ଜଟଣୀ ପୋଲିସ |ସୂଚନା ମୁତାବକ ଜଟଣୀ ଥାନା ଅନ୍ତର୍ଗତ କୁସୁମାଟି ଗ୍ରାମର ମାନସ ଭଟ୍ଟାଚାର୍ଯ୍ୟ, ପିପିଲି ଅଞ୍ଚଳର ସନ୍ତୋଷ ସିଂ, ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ଶିବ ଦାସ, ନୟାଗଡ ର ଲକ୍ଷ୍ମଣ ସାହୁ, ନିରାକାରପୁର ର ବିରେନ ପାଇକରାୟ, ଜଙ୍କିଆ ଅଞ୍ଚଳର ରାକେଶ ସିଂ ଏମାନେ ସମସ୍ତେ ବାହାର ଜିଲ୍ଲାରୁ ଗଞ୍ଜେଇ ଆଣି ଜଟଣୀ ଆଇଆଇଆଟି ରୋଡ଼ରେ ଏକ ଟାଭେରା କାରରେ ଗଞ୍ଜେଇ ରଖି ଖୁଚୁରା ବେପାରୀଙ୍କୁ ବିକ୍ରି କରିବାକୁ ଯୋଜନା କରୁଥିଲେ |ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ଅତର୍କିତ ଚଢ଼ାଉ କରି ସମସ୍ତ ଛଅ ଜଣ ଯାକ ଗଞ୍ଜେଇ ବେପାରୀଙ୍କୁ ମାଡି ବସିଥିଲା |ସେମାନଙ୍କ ଠାରୁ ଟାଭେରା କାର,ନଗଦ 84,200/- ଟଙ୍କା,7 ଟି ମୋବାଇଲ ଫୋନ, ଗୋଟିଏ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ୨ଟି ବସ୍ତାରେ ପ୍ୟାକେଟ ହୋଇଥିବା ଗଞ୍ଜେଇ ଜବତ ହୋଇଥିଲା ।ତେବେ ଜବତ ଗଞ୍ଜେଇର ଓଜନ 32.600 କେଜି ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ପାଖାପାଖି 5 ଲକ୍ଷ ଟଙ୍କା ହେବ ।ଏମାନେ ସମସ୍ତେ ପେସାଦାର ଚୋରା ଗଞ୍ଜେଇ ବେପାରୀ ବୋଲି ଜଟଣୀ ପୋଲିସ ସୂଚନା ଦେଇଛି । କେଶ ନମ୍ବର 153/2023 ରେ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୪/୨୦୨୩---୮,୧୦ Sakhigopal News,25/4/2023

Blog Archive

Popular Posts