Breaking News

ଶହୀଦ ଦେବାଶିଷଙ୍କ ଏକଦଶାହରେ ତାଙ୍କ ଗ୍ରାମରେ ରକ୍ତଦାନ ଶିବିର ଅନୁଷ୍ଠିତ

 




 ସାକ୍ଷୀଗୋପାଳ-----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଖଣ୍ଡାୟତ ସାହିର  ଶହୀଦ ଯବାନ ଦେବାଶିଷ ବିଶ୍ୱାଳଙ୍କ ଏକାଦଶାହରେ ସତ୍ୟବାଦୀ ସେବା ଟ୍ରଷ୍ଟ ପକ୍ଷରୁ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରରେ ଅତିଥି ଭାବେ  ସତ୍ୟବାଦୀ ସେବା ଟ୍ରଷ୍ଟର ଅଧ୍ୟକ୍ଷ ତଥା ଏମ୍ସର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ଅଶୋକ କୁମାର ମହାପାତ୍ର , ଆଇନଜୀବୀ ଉମାବଲ୍ଲଭ ମହାପାତ୍ର, ପୁଷ୍ପର ମହାପାତ୍ର, ସେବା ଟ୍ରଷ୍ଟର ସଭାପତି ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ନିକଟରେ ଦୀପ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଶହୀଦଙ୍କୁ  ମନେ ରଖିବା ପାଇଁ  ଶଶ୍ମାନ ନିକଟରେ ଅତିଥି ମାନଙ୍କ ଦ୍ୱାରା ଦୁଇଟି ବଉଳ ବୃକ୍ଷ ରୋପଣ କରାଯାଇଥିଲା । ଏହି ରକ୍ତ ଦାନ ଶିବିରରେ ୫୫ୟୁନିଟ ରକ୍ତ ସଂଗ୍ରହ କରାଯାଇଛି  ।  ପୁରୀ ରକ୍ତ ଭଣ୍ଡାରର ଅଧିକାରୀ  ଡ. ଦୀପକ ସାହୁଙ୍କ ସହିତ ଶ୍ରୀନିବାସ ମହାନ୍ତି, ମନୋରଞ୍ଜନ ଭୋଇ, ପୀତିରଞ୍ଜନ ନାୟକ, ରୋଜାଲିନ ମହାନ୍ତି, ଅମିତ ପାଢ଼ୀ ଓ ଅରୁଣ କୁମାର ମହାନ୍ତି ରକ୍ତ ସଂଗ୍ରହ କରିଥିଲେ ।   ରକ୍ତ ଦାନ ଶିବିରକୁ ସହଯୋଗ କରିଥିଲେ ପିଫୁଲ ଫର ସେବାର ଅଧ୍ୟକ୍ଷ ବିଦ୍ୟାସୀ ଦାଶ, ସମର୍ପଣ ଅନୁଷ୍ଠାନର ଅଧ୍ୟକ୍ଷା ଜୟନ୍ତୀ ମହାପାତ୍ର  ଭାରତ ବିକାଶ ପରିଷଦର ସତ୍ୟବାଦୀ ଶଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସୁନିଲ କୁମାର ବେହେରା,  ସମାଜସେବୀ  ଯଯାତି କେଶରୀ ରାୟ, ପ୍ରଶାନ୍ତ ନାୟକ,ଟିକିନା ମିଶ୍ର, ନିହାର ରଞ୍ଜନ ସ୍ୱାଇଁ, ସନ୍ତୋଷ ମହାନ୍ତି, ପ୍ରଶାନ୍ତ ବିଶ୍ୱାଳ, ନୀଳକଣ୍ଠ ବାରିକ, କାଜଲ ପ୍ରଧାନ ସୁକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ । ସତ୍ୟବାଦୀ ସେବା ଟ୍ରଷ୍ଟର ସମ୍ପାଦକ ତଥା ଆଇନଜୀବୀ ସୁଶାନ୍ତ କୁମାର ରଥ ଶିବିରକୁ ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୪/୨୦୨୩---୮,୧୦  Sakhigopal News,30/4/2023

Blog Archive

Popular Posts