ଆଦିତ୍ୟଭାରତ'ର ପୁରୀ ଶାଖା ଉଦଘାଟିତ
ପୁରୀ - କଟକର ଅଗ୍ରଣୀ ପ୍ରକାଶନ ସଂସ୍ଥା ଆଦିତ୍ୟ ଭାରତର ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ ଦଇତାପଡ଼ା ସାହି, ପୁରୀ ଠାରେ ଅକ୍ଷୟ ତୃତୀୟା ତିଥିରେ ଉଦଘାଟିତ ହୋଇଯାଇଛି।ପାଠକମାନଙ୍କୁ ସୁଲଭମୂଲ୍ୟରେ ପୁସ୍ତକ ବିକ୍ରୟ କରିବା ଓ ଲେଖକମାନଙ୍କ ବହିଗୁଡିକୁ ପ୍ରକାଶ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆଦିତ୍ୟ ଭାରତ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଦେବାଶିଷ ସାମନ୍ତରାୟ ପ୍ରକାଶ କରିଛନ୍ତି। ଏହି ଅବସରରେ ହୋଟେଲ ନାୟକ ପ୍ଲାଜାଠାରେ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗବେଷକ ସୁରେନ୍ଦ୍ର କୁମାର ମିଶ୍ରଙ୍କ ଦେଶର ଇତିହାସ ଓ ଐତିହ୍ୟର ଓଡ଼ିଶା ପୁସ୍ତକର ଦ୍ଵିତୀୟ ସଂସ୍କରଣ, ଅଶୋକ କୁମାର ମହାନ୍ତିଙ୍କ ପୁରୁଷୋତ୍ତମ ଓ ପତିତପାବନ, ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ଶ୍ରୀକ୍ଷେତ୍ରେ ଶ୍ରୀଜଗନ୍ନାଥ,ଦିଲୀପ କୁମାର ସ୍ଵାଇଁଙ୍କ ସମାଲୋଚନା ପୁସ୍ତକ ସମକାଳୀନ ଓଡ଼ିଆ ଗଳ୍ପ ଉନ୍ମୋଚିତ ହୋଇଥିଲା। କବି ଅଜୟ ପ୍ରଧାନଙ୍କ ସଂଯୋଜନାରେ କାର୍ଯ୍ୟକ୍ରମପରିଚାଳିତ ହେବା ସହ ଏକ ମନୋଜ୍ଞ କବିତାପାଠୋତ୍ସବ ପୁରୀ, ଭୁବନେଶ୍ୱର ଓ କଟକର କବିମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା।
ଧୀରେନ୍ଦ୍ର ସେନାପତି,୨୫/୪/୨୦୨୩----୮,୧୦ Sakhigopal News,25/4/2023