ଖୋର୍ଦ୍ଧା ବିଭାଗ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳ ସମାହିତ
କାର୍ଯ୍ୟଶାଳାକୁ ରସାୟନ ବିଜ୍ଞାନ ଅଧ୍ୟାପକ ଗଙ୍ଗାଧର ବରାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅଧ୍ୟାପକ ଗଙ୍ଗାଧର ହିନ୍ଦୁ ଜୀବନଶୈଳୀରେ ବୈଜ୍ଞାନିକତା ଉପରେ ମାର୍ଗଦର୍ଶନ କରିଥିଲେ । ଦୀର୍ଘ ୪ ଦିନ ମଧ୍ୟରେ ଶିକ୍ଷାବିତ୍ ଡଃ ଗଣେଶ୍ଵର ସ୍ୱାଇଁ ସ୍ୱାମୀ ଦୟାନନ୍ଦ
ସରସ୍ବତୀଙ୍କ ୨୦୦ ତମ ଜନ୍ମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଜୀବନ ଚରିତ ଉପରେ ବକ୍ତବ୍ୟ
ରଖୁଥିଲେ । ଏହି କାର୍ଯ୍ୟଶାଳାରେ ପ୍ରଶିକ୍ଷିତ ପ୍ରଶିକ୍ଷକ ମାନଙ୍କ ଦ୍ବାରା Learning Outcomes,
Assesment, Aspirational Components,Subjectwise Hard Spot,
ବହୁ ବିକଳ୍ପ ପ୍ରଶ୍ନ ପ୍ରସ୍ତୁତି କୌଶଳ, ପ୍ରତ୍ୟେକ ବିଷୟ ଆଦର୍ଶ ଶିକ୍ଷାଦାନ, କ୍ରିୟାକଳାପ ଓ ଉପକରଣ
ପ୍ରଦର୍ଶନ ଓ ବୈନିକ ପାଠ୍ୟ ଯୋଜନା ପୁସ୍ତକର ଅତ୍ୟାବଶ୍ୟକତା ଏବଂ ସାଧାରଣ ଶିକ୍ଷଣ ପଦ୍ଧତି
ନିୟମ ଓ ଉପକରଣ ପ୍ରୟୋଗ ଉପରେ ଆଲୋଚନା କରିଥିଲେ। ମାଧ୍ୟମିକ ସ୍ତର ୯ମ ଓ ୧୦ମ ଶ୍ରେଣୀର ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା । ପ୍ରତ୍ୟହ ସକାଳ ଓ ସଂନ୍ଧ୍ୟାରେ ବନ୍ଦନା ସମୟରେ ପରିଚାଳନା
ସମିତିର ସମ୍ପାଦକ ସତ୍ୟବାଦୀ ବାସ, ଉପସଭାପତି ବାସନ୍ତୀ ନାୟକ, କୋଷାଧ୍ୟକ୍ଷ ମାନସ ପ୍ରତିହାରୀ
, ଯୁଗ୍ମ ସମ୍ପାଦକ ତୋଫାନ ସାମନ୍ତରାୟ, ବିବୃତ୍ ପରିଷଦ ଉପସଭାପତି ଗଦାଧର ରାଉତରାୟ,
ବେଣାପଞ୍ଜରୀ ସମିତି ସଭ୍ୟ ଶରତ ପାଲଟାସିଂହ ଓ ସରପଞ୍ଚ ସାହା ଜାଫର ଅଲ୍ଲୀ , ଅବସର ପ୍ରାପ୍ତ
ପୋଲିସ୍ ଅଧିକାରୀ ଶରତ କୁମାର ପାଇକରାୟ, ବିଶିଷ୍ଟ ପଟ୍ଟଶିଳ୍ପୀ ମୁହାଁକାର ତଥା ବିତ୍ ପରିଷଦ
ସଦସ୍ୟ ନୀଳକଣ୍ଠ ମହାରଣା, ପୂର୍ବତନ ପରିଚାଳନା ସମିତି ସଦସ୍ୟ ଶ୍ରୀନିବାସ ବଳିୟାରସିଂହ ପ୍ରମୁଖ
ଉପସ୍ଥିତ ରହି ଶୈଖୁକ ଗୁଣବତ୍ତା ବୃଦ୍ଧି ନିମନ୍ତେ ବକ୍ତବ୍ୟ ରଖୁଥିଲେ । ସମାରୋପ କାର୍ଯ୍ୟକ୍ରମରେ
ମୁଖ୍ୟବକ୍ତା ଭାବରେ ସ୍ଥାନୀୟ ବିଦ୍ୟାଳୟର ସଭାପତି ତଥା ବାଗ୍ମୀ , ଶିକ୍ଷାବିତ୍ ରମେଶ ଚନ୍ଦ୍ର ସ୍ବାଇଁ ରାଷ୍ଟ୍ର
ସର୍ବୋପରି ଶୀର୍ଷକ ଉପରେ ଗଭୀର ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ଜଟଣୀ ବ୍ଲକ୍
ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ ଶିଶୁ ମନ୍ଦିର ଶିକ୍ଷାଦାନର ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ ସାମୁହିକ
ଆଚାର୍ଯ୍ୟ କାର୍ଯ୍ୟଶାଳା ବିଦ୍ୟାମନ୍ଦିର ବିଭାଗର ସଂଯୋଜକ ତଥା ଜଟଣୀ ଶିଶୁ ମନ୍ଦିରର ପ୍ରଧାନ
ଆଚାର୍ଯ୍ୟ ମାନସ ରଞ୍ଜନ ଜେନାଙ୍କ ସଂଯୋଜନାରେ ଶୈଖକ କାଳାଶ ସୂଚାରୁ ରୂପେ ପରିଚାଳିତ
ହୋଇଥିଲା । ଖୋର୍ଦ୍ଧା ବିଭାଗ ନିରୀକ୍ଷକ ସୁଧୀର ନାୟକଙ୍କୁ ପର୍ଯ୍ୟବେକ୍ଷତାରେ କାର୍ଯ୍ୟଶାଳାଟି
ସୁସମ୍ପାଦିତ ହୋଇଥିଲା । ବିଦ୍ୟାଳୟର ଗୁରୁଜୀ ଗୁରୁମା ଓ ସେବକ ସେବିକା ସକ୍ରିୟ ଭାବରେ ଅଂଶ