ନୀଳାଚଳ କୃଷିକ ମହାସଂଘର ୩୮ତମ ବାର୍ଷିକ ଉତ୍ସବ ସହିତ ଅକ୍ଷୟତୃତୀୟା ବା କୃଷିକ ଦିବସ ପାଳିତ
ସାକ୍ଷୀୋଗାପାଳ ---- ନୀଳାଚଳ କୃଷିକ ମହାସଂଘ ପକ୍ଷରୁ ସତ୍ୟବାଦୀ ବ୍ଳକ ନିକଟ ନୂଆଗାଁ ଠାରେ ଅନୁଷ୍ଠାନର ୩୮ତମ ବାର୍ଷିକ ଉତ୍ସବ ସହିତ ଅକ୍ଷୟତୃତୀୟା ବା କୃଷିକ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗୋପୀନାଥ ମିଶ୍ର ଏହି ସଭାରେ ସଭାପତିତ୍ୱ କରିଥିଲେ । ମହାସଂଘର ଉପଦେଷ୍ଠା ମଣ୍ଡଳୀର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ତଥା ନବ ଜୀବନ ମଣ୍ଡଳର ସଭାପତି ଗୁରୁଚରଣ ମହାନ୍ତି, ବୈଜ୍ଞାନିକ ଡ. ସଞ୍ଜୟ ମହାନ୍ତି, ଡ, ସୁନିତା ଆଚାର୍ଯ୍ୟ, ଡ. ସନ୍ଦୀପ ସେନ, ଡ. ବିଶ୍ୱନାଥ ରଥ, ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଅକ୍ଷୟ ତୃତୀୟଦିବସ ଉପରେ ଆଲୋକପାତ କରିଥିଲେ ।ପୁରୀ ଜିଲ୍ଲାର ବିଭିନ୍ନ ବ୍ଳକରୁ ୧୧ ଜଣ ବିଭିନ୍ନ କ୍ଷେତ୍ରରେ ସଫଳ ପୁରୁଷ ମହିଳା ଚାଷୀ ମାନଙ୍କୁ ସମ୍ମାନୀତ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା । ପୁରୀ ଜିଲ୍ଲାର ସମସ୍ତ ବ୍ଳକ ସଭାପତିଙ୍କ ସମେତ ଉପାଧ୍ୟକ୍ଷ ଗଦାଧର ସ୍ୱାଇଁ, ଉପସଭାପତି ପ୍ରକାଶ କୁମାର ନାୟକ, ଯୁଗ୍ମ ସମ୍ପାଦକ ଦୁାସନ ସ୍ୱାଇଁ, ସମ୍ପାଦକ ଉଗ୍ରସେନ ବିଶ୍ୱାଳ, କୋଷାଧ୍ୟକ୍ଷ ଫଗୁଚରଣ ପରିଡା, ମହିଳା ବିକାଶ ସଂଗଠନର ସମ୍ପାଦିକା ମଧୁସ୍ମିତା ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ । ପାକୃତିକ ଜୈବ ସାରର ପ୍ରବତ୍ତକ ହୃଷିକେଶ ରାଉତରାୟ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୩---୮,୪୦ Sakhigopal News, 23/4/2023