ଶ୍ରୀ ଅରବିନ୍ଦଙ୍କ 150 ତମ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ପାଠ ଚକ୍ର
ଭଞ୍ଜନଗର ---ସ୍ଥାନୀୟ ବେଲଲଗୁଣ୍ଠା ରୋଡ଼ ସ୍ଥିତ ମାତୃକୃପା ଟ୍ୟୁଟୋରିଅଲ ଠାରେ ଶ୍ରୀଅରବିନ୍ଦଙ୍କ 150 ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଏଥିନିମିତ୍ତ ଆୟୋଜିତ ଆଲୋଚନା ଚକ୍ରରେ ଭଞ୍ଜନଗର ଅଞ୍ଚଳ ସଂଗଠକ ତଥା ବରିଷ୍ଟ ମାତୃପ୍ରେମୀ ରଘୁନାଥ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ନବରଙ୍ଗପୁର ସ୍ଥିତ ଆଶ୍ରମର ସାଧକ ହରେକୃଷ୍ଣ ପ୍ରଧାନ ମୁଖ୍ୟ ବକ୍ତା, ବିଶିଷ୍ଟ ଶିକ୍ଷାବିତ ବିପ୍ରଚରଣ ରାଉତ ସମ୍ମାନିତ ଅଥିଥି ଭାବରେ ଯୋଗଦେଇଥିଲେ । ମାତୃପ୍ରେମୀ ତଥା ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ ଉକ୍ତ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ ।
ଶ୍ରୀଅରବିନ୍ଦଙ୍କ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଯୁବପିଢିଙ୍କୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ପାଇଁ ଆହ୍ୱାନ ସହିତ ଇଂରେଜ ମାନଙ୍କ ବିରୋଧରେ ବିଭିନ୍ନ ପତ୍ରପତ୍ରିକା ମାଧ୍ୟମରେ ଲେଖା ପ୍ରକାଶ ବିଷୟରେ ଅତିଥି ମନେ ସେମାନଙ୍କ ବକ୍ତବ୍ୟରେ ମତ ପ୍ରକାଶ କରିଥଲେ l ଅନୁଷ୍ଠାନର ଶତାଧିକ ଛାତ୍ର ଛାତ୍ରୀ ଏହି ଆଲୋଚନା ଚକ୍ରରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ l ପରିଶେଷରେ ଅନୁଷ୍ଠାନର ପରିଚାଳକ ରାଜେଶ ରଞ୍ଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରବା ସହ ଆଗାମୀ ଦିନରେ ଶ୍ରୀଅରବିନ୍ଦଙ୍କ ଶିକ୍ଷା ଦର୍ଶନ ଉପରେ ପୁଣି ଏକ ଆଲୋଚନା ଚକ୍ର ଅନୁଷ୍ଠିତ କରିବାପାଇଁ ମତ ରଖିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୪/୨୦୨୩----୭,୧୫ , Sakhigopal News,20/4/2023