ବାଲିଗୁଡା ଗସ୍ତ ରେ ବିଶ୍ୱ ହିନ୍ଦୁ ପରିଷଦ ର ପୂର୍ବତନ ଅଧ୍ୟକ୍ଷ ଡ଼ଃ ପ୍ରବୀଣ ଭାଇ ତୋଗାଡ଼ିଆ
କନ୍ଧମାଳ--- ଆଜି ଦୁଇ ଦିନିଆ ବାଲିଗୁଡା ଗସ୍ତ ରେ ଆସି ପହଞ୍ଚିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ର ପୂର୍ବତନ ଅଧ୍ୟକ୍ଷ ତଥା ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଂସ୍ଥାପକ ଡ଼ଃ ପ୍ରବୀଣ ଭାଇ ତୋଗାଡ଼ିଆ l ଏହି ଅବସରରେ ବାଲିଗୁଡା ଗାୟତ୍ରୀ ମନ୍ଦିର ନିକଟରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ପ୍ରବୀଣ ଭାଇ ତୋଗାଡ଼ିଆ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ପରେ ଗାୟତ୍ରୀ ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିର ଦର୍ଶନ କରିଥିଲେ ପ୍ରବୀଣ ଭାଇ l ହନୁମାନ ମନ୍ଦିର ଦର୍ଶନ ପରେ ଗାୟତ୍ରୀ ମନ୍ଦିର ଠାରୁ ଶୋଭାଯାତ୍ରା ରେ ବାହାରି ବାଲିଗୁଡା ନଗର ପରିକ୍ରମା କରି ଗାନ୍ଧୀ ଛକ ଠାରେ ଥିବା ଡାକ ବଙ୍ଗଳା ରେ ପହଞ୍ଚିଥିଲେ l ପ୍ରବୀଣ ଭାଇ ତୋଗାଡ଼ିଆ ଙ୍କ ଗସ୍ତ ସମୟରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ, ଓଡିଶା ର ଅଧ୍ୟକ୍ଷ ବିଶ୍ୱଜିତ ପାତ୍ର ସମେତ ବଜରଙ୍ଗ ଦଳ ର କର୍ମୀ ଉପସ୍ଥିତ ରହିଥିଲେ l ଆସନ୍ତାକାଲି ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓଡିଶା ପକ୍ଷରୁ ବାଲିଗୁଡା ଗାୟତ୍ରୀ ମନ୍ଦିର ଠାରେ ଅନୁଷ୍ଠିତ ଗୋ ମହା ଯଂଜ୍ଞ ଓ ବିଶାଳ ହିନ୍ଦୁ ସମ୍ମିଳନୀ ରେ ଯୋଗ ଦେବେ ପ୍ରବୀଣ ଭାଇ l ବିଶ୍ୱ ଶାନ୍ତି, ଧର୍ମ ରକ୍ଷ୍ୟା,ଗୋ ବଂଶ ର ସୁରକ୍ଷା ନିମନ୍ତେ ଆୟୋଜିତ ସମ୍ମିଳନୀ ରେ ଉଦବୋଧନ ରଖିବେ ପ୍ରବୀଣ ଭାଇ l ଏଥି ସହ ତୁମୁଡିବନ୍ଧ ଜଲେଶପଟ୍ଟା ଆଶ୍ରମ ପରିଦର୍ଶନ କରିବା ସହ ସ୍ୱାମି ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାର କାର୍ଯ୍ୟକ୍ରମ ରହିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୦/୪/୨୦୨୩----୧୦,୦୦ Sakhigopal News,30/4/2023