ଖୋର୍ଦ୍ଧା ରୋଡ଼ ସ୍କାଉଟ୍ସ ଏବଂ ଗାଇଡ୍ ର 13 ତମ ମଣ୍ଡଳ ଶିବିର
ଜଟଣୀ- ଖୋର୍ଦ୍ଧା ରୋଡ଼ ସ୍କାଉଟ୍ସ ଏବଂ ଗାଇଡ୍ ର 13 ତମ ମଣ୍ଡଳ ଶିବିରର ତୃତୀୟ ଦିନରେ “ଗ୍ରାଣ୍ଡ କ୍ୟାମ୍ପ ଫାୟାର” (ପୁରସ୍କାର ବିତରଣ ସମାରୋହ) ଆୟୋଜନ କରାଯାଇଥିଲା | ଏହି ପୁରସ୍କାର ବିତରଣ ସମାରୋହ ରେ ଖୋର୍ଦ୍ଧା ରୋଡ଼ ସ୍କାଉଟ୍ସ ଏବଂ ଗାଇଡ୍ ର ସଭାପତି ତଥା ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଥିଲେ। ପୃର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ ଶ୍ରୀମତୀ ସୁଭାଲକ୍ଷ୍ମୀ ଜେନା, ସ୍କାଉଟ୍ସ ଏବଂ ଗାଇଡ୍ରର ମଣ୍ଡଳ କମିଶନର୍ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ), ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା), ଶ୍ରୀ ସୁଭ୍ରା ଜ୍ୟୋତି ମଣ୍ଡଳ ଏବଂ ଶ୍ରି ରବି ପ୍ରକାଶ ଯାଦବ, ମଣ୍ଡଳ କମିଶନର୍ (ସ୍କୋଟ୍ସ) ଏହି ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ। ଆଜି ସ୍କାଉଟ୍ସ ଏବଂ ଗାଇଡ୍ ଦ୍ଵାରା ରେଲୱେ କଲୋନୀ ଏଵଂ ପୋଷ୍ଟ ଅଫିସ ଛକ ରେ ଏକ ସଚେତନତା ରାଲି ଆୟୋଜନ କରଯାଇଥିଲା I ନୁକ୍କଡ ନାଟକ ଦ୍ଵାରା ସାଧାରଣ ଲୋକଙ୍କୁ ବିଭିନ୍ନ ସାମାଜିକ ବିଷୟ ଉପରେ ବାର୍ତ୍ତା ରହିଥିଲେ । ରଙ୍ଗୋଲି ପ୍ରତିଯୋଗିତା ମଧ୍ୟ ଆୟୋଜିତ କରାଯାଇଥିଲା।ପୁରସ୍କାର ବିତରଣ ସମାରୋହ ରେ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ରିଙ୍କେଶ ରୟଙ୍କୁ ଦ୍ଵାରା ବିଭନ୍ନ ପ୍ରତିଯୋଗିତା ର ବିଜେତା ମନୋଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସର ରେ, ଶ୍ରୀ ରୟ କରିଥିଲେ ସ୍କାଉଟ୍ସ ଏବଂ ଗାଇଡ୍ ସମାଜରେ ସେବା ଭିତ୍ତିକ ସଂଗଠନ | ସ୍କାଉଟିଙ୍ଗ୍ ନୀତି ଅନୁସରଣ କରି ଦେଶର ଜଣେ ଭଲ ନାଗରିକ ହେବାକୁ ପିଲାମାନଙ୍କୁ ପରାମର୍ଶଦେଇଥିଲେ। ଏହା ଶିବିର ରେ 300 ସ୍କାଉଟ୍, ଗାଇଡ୍, ରୋଭର୍ସ ରେଞ୍ଜର୍ସ ଏବଂ ପ୍ରଶିକ୍ଷକ ଅଂଶଗ୍ରହଣ କରୁଛନ୍ତି | ଏହା ଶିବିର 24 ଏପ୍ରିଲରେ ଉଦଯାପିତ ହେବ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୪/୨୦୨୩----୯,୧୦ Sakhigopal News,23/4/2023