ଝରାପାଲି ଠାରେ ପ୍ରିମିୟର କ୍ରିକେଟ ଲିଗ ମ୍ଯାଚ ଅନୁଷ୍ଠିତ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ଝରାପାଲି ଠାରେ ପ୍ରିମିୟର କ୍ରିକେଟ ଲିଗ ମ୍ଯାଚ ୪ ଟି ଦଳକୁ ନେଇ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସଂକ୍ରିଡା ପେକ୍ସ ର ସଭାପତି ସୁବ୍ରତ ଚାନ୍ଦ ଯୋଗ ଦେଇ ମ୍ୟାଚ ଟିକୁ ଉଦଘାଟନ କରିଥିଲେ। ଫାଇନାଲ ମ୍ୟାଚ ବ୍ଲୁ ଡାଇମଣ୍ଡ ଓ ଗ୍ରୀନ ଚାଲେଞ୍ଜର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟୀ ହୋଇଥିଲେ ବ୍ଲୁ ଡ଼ାଇମଣ୍ଡ ଦଳ। ଏଥିରେ ମୁଖ୍ୟ ଅତିଥି ଭାବେ ଦୁର୍ଗା ପ୍ରସାଦ ଛୁରିଆ ଓ ସମ୍ମାନୀତ ଅତିଥି ଭାବେ ଏସ ଡି ସି ସି ବ୍ଯାଙ୍କ ସଭାପତି ନରେନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ସଂକ୍ରିଡା ପେକ୍ସ ର ସଭାପତି ସୁବ୍ରତ ଚାଂଦ, ସଂକ୍ରିଡା ସରପଞ୍ଚ ଶ୍ରୀମତୀ ଜୟନ୍ତୀ ସେଠ, ସଂକ୍ରିଡା ପେକ୍ସ ର ଡାଇରେକ୍ଟର ସାନିପାନୀ ରାମକୃଷ୍ଣ, ସଚିନ ପୁରୋହିତ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। କ୍ରିକେଟ ଖେଳ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପସ୍ଥିତ ରହିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୪/୨୦୨୩----୧୦,୪୫ Sakhigopal News,17/4/2023