Breaking News

ବନ୍ଦ ଘରୁ ତିନି ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର

 
ବରଗଡ଼----  ବରଗଡ ଜିଲ୍ଲା ଭେଡେନ ଥାନା ରୁଷୁଡା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଟିକରା ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ବନ୍ଦ ଘରୁ ତିନି ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାାରେ ଉଦ୍ଧାର କରାଯାଇଛି ।  ସେମାନେ ହେଲେ ଟଙ୍କଧର ସାହୁ ୬୫,ପ୍ରଥମ ସ୍ତ୍ରୀ ଦ୍ରୌପଦୀ ସାହୁ ୬୦ ଥିଲେ। ତାଙ୍କର କୌଣସି ସନ୍ତାନ ନ ହେବାରୁ, ଦ୍ଵିତୀୟ ସ୍ତ୍ରୀ ମାଧବୀ ସାହୁଙ୍କୁ ଟଙ୍କଧର  ବିବାହ କରିଥିଲେ । ସାଂସାରିକ ଜୀବନ ବେଶ ଭଲଭାବରେ ଚଳୁଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭଲ ଭାବରେ ଚଳୁ ଥିଲେେ।  ତାକର କେହି ଶତ୍ରୁ ନଥିବା କହୁଛନ୍ତି। ପ୍ରଥମେ ପଡିଶା ଲୋକେ ସକାଳେ ଉକ୍ତ ଘରୁ କେହି ବାହାରିବାରୁ ସ୍ତାନୀୟ ଲୋକେ ରୁଷୁଡା ଫାଣ୍ଡି ଅଧିକାରୀ ଅନୁପରଂଜନ ବରେଇ ଙ୍କୁ ଫୋନ କରି ଜଣାଇଥିଲେ। ଏହି ସମୟରେ ଫାଣ୍ଡି ଅଧିକାରୀ ଭେଡେନ ଥାନା ର ଆଇଆଇସି ସଂଗିତା ମହପାତ୍ର  ଉଭୟ ଆସି ଉକ୍ତ ବନ୍ଦ ଘରକୁ ଖୋଲି ଦେଖିଥିଲେ ଯେ ରକ୍ତ ଜୁଡୁବୁଡୁ ଅବସ୍୍ଥାରେ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା।  ଡଗ ସ୍କ୍ୱାର୍ଡ, ଫୋରେନସିକ ଟିମ ତଦନ୍ତ କରିଛନ୍ତି।ପରେ ମାଜିଷ୍ଟ୍ରେଟ ଦାଇତ୍ବ ରେ ଭେଡେନ ଅତିରିକ୍ତ ତହସିଲଦାର, ଆଡିସନାଲ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ଏସ ଡି ପି ଓ ଅମ୍ରିତ କୁମାର ପଣ୍ଡା ସମସ୍ତ ଆସି ତଦନ୍ତ କରୁଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୪/୨୦୨୩---୭,୨୦ Sakhigopal News,20/4/2023

Blog Archive

Popular Posts