ବାଲିଗୁଡା ବସଷ୍ଟାଣ୍ଡ ନିକଟରେ ଉଠା ଦୋକାନୀ ଉପରେ ଚଢ଼ିଗଲା ହାଇୱା
କନ୍ଧମାଳ---- ବାଲିଗୁଡା ବସଷ୍ଟାଣ୍ଡ ନିକଟରେ ଉଠା ଦୋକାନୀ ଉପରେ ଚଢ଼ିଗଲା ହାଇୱା l ହାଇୱା ରେ ଚାପି ହୋଇ ଉଠା ଦୋକାନୀ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି l ଉଠା ଦୋକାନୀ ଙ୍କୁ ହାଇୱା ତଳେ ଚାପି ହୋଇ ରହିଥିବା ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ବାଲିଗୁଡା ମେଡିକାଲ ରେ ଭର୍ତି କରିଥିଲେ। ଗୁରୁତର ଉଠା ଦୋକାନୀ ଜଣଙ୍କ ହେଲେ ଦିଜେନ ମଣ୍ଡଳ । ଖବର ପାଇ ଘଟଣାସ୍ଥଳରେ ବାଲିଗୁଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ହାଇୱା ଡ୍ରାଇଭର କୁ ଅଟକ ରଖିଛି ପୋଲିସ l ତେବେ ସୂଚନା ଅନୁଯାୟୀ ବସ ଷ୍ଟାଣ୍ଡ ନିକଟରେ ଡ୍ରେନ ଉପରେ କିଛି ଉଠା ଦୋକାନୀ ବସିଥିବା ସମୟରେ ଦ୍ରୁତଗାମୀ ହାଇୱା ଟି ହଟାତ ଡ୍ରେନ ଉପରକୁ ଚଢି ଯାଇଥିଲା l ଅଳ୍ପକେ ସେଠାରେ ବସିଥିବା ଅନ୍ୟ ଦୋକାନୀ ବର୍ତ୍ତୀ ଯାଇଥିବା ବେଳେ ମାଛ ଜାଲ ବିକ୍ରି କରୁଥିବା ଦିଜେନ ମଣ୍ଡଳ ଉପରେ ଚଢି ଯାଇଥିଲା ହାଇୱା l ତେବେ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା l ଦୁର୍ଘଟଣା ରେ ମାଛ ଜାଲ ସବୁ ନଷ୍ଟ ହୋଇଥିବା ରୁ ସମସ୍ତ କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଲୋକ l ଏଥି ସହ ଗୁରୁତର ଦିଜେନ ଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଗାଡି ମାଲିକ ବହନ କରିବାକୁ ପରିବାର ଲୋକମାନେ ଦାବି କରିଛନ୍ତି l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୨/୪/୨୦୨୩----୬,୧୦ Sakhigopal News,22/4/2023