ପାସେଞ୍ଜର ଅଟୋ ସହିତ ଡାଲା ଅଟୋର ଧକ୍କା ;ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କର ମୃତ୍ୟୁ , ୯ ଆହତ, ଡାଲା ଅଟୋ ଚାଳକ ଗୁରୁତର
ସାକ୍ଷୀଗେ।।ପଳ----- ସାକ୍ଷୀଗୋପାଳ- ଅଳଗୁମ ରାସ୍ତାର ନହଳା ଛକରେ ଏକ ପାସେଞ୍ଜର ଅଟୋ ସହିତ ଡାଲା ଅଟୋର ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଅଳଗୁମ ଠାରୁ ନଳିତା ବରାଳ, ସସ୍ମିତା ପାଳ, ଗୁଣନିଥି ବରାଳ, ରଶ୍ମିତା ପାଳ ଓ ଅଳଗୁମ ସବସେଣ୍ଟରର ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରଭାସିନି ପ୍ରଧାନଙ୍କ ସହିତ ତିନିଜଣ ଛୋଟ ଶିଶୁ ଓଡି-୧୩-ଏଫ-୩୯୬୬ ପାସେଞ୍ଜର ଅଟୋରେ ସାକ୍ଷୀଗୋପାଳ ଆସୁଥିଲେ । କମଳାକାନ୍ତ ମହାପାତ୍ର ଅଟୋ ଚାଳକ । ନହଳା ଛକ ଠାରେ ଓଡି- ୧୩- ଏଫ-୮୩୫୬ ଡାଲା ଅଟୋଟି ନହଳା ଗ୍ରାମରୁ ବାହାରି ରାସ୍ତା ଉପରକୁ ଆସିବା ସମୟରେ ଦୁଇ ଗାଡି ଚାଳକଙ୍କ ଅସବଧାନତା ଯୋଗୁ ଧକ୍କା ହୋଇଥିଲା । ଯାହା ଫଳରେକି ପାସେଞ୍ଜର ଅଟୋରେ ବସିଥିବା ପ୍ରଭାସିନି ଅଟୋରୁ ତଳକୁ ଖସିପଡିଥିଲେ । ସେହିପରି ଡାଲା ଅଟୋଟି ରାସ୍ତା ଉପରେ ଓଲଟି ପଡିବା ଯୋଗୁ ପ୍ରଭାସିନିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣା ସ୍ଥଳରେ ପ୍ରଭାସିନିଙ୍କର ମୃତ୍ୟୁ ହୋଇଯାଇଥିଲା । ଡାଲା ଅଟୋ ଚାଳକ ସୁଦର୍ଶନ ସାଥୁଆଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସରକାରୀ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଅନ୍ୟ ମାନେ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ଖବର ପାଇଁ ସାକ୍ଷୀଗୋପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଦୁର୍ଘଟଣା ଗସ୍ତ ଦୁଇଟି ଯାକ ଗାଡି ଜବତ କରିବା ସହ ମୃତ୍ୟୁ ମହିଳାଙ୍କ ଶବ ବ୍ୟବଛେଦ ନିମନ୍ତେ ପୁରିୀ ପଠାଇ ତଦନ୍ତ ଜାରି ରଖିଥବା ଜଣାପଡିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୪/୨୦୨୩----୫,୧୦ Sakhigopal News, 18/4/2023