Breaking News

ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଅଳ୍ପକେ ବତ୍ତିଲେ ଛେଳି ଚରାଳି



ଭଞ୍ଜନଗର--ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳର ନାରାୟଣ ପ୍ରସାଦ ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ଛେଳି ଚରାଉଥିବା ବେଳେ ଭାଲୁ ଆକ୍ରମଣ କରିଥିଲା।  ଛେଳି ଚରାଳି ପରମେଶ୍ବର ପ୍ରଧାନ (୪୦)  ଗୁରୁତର ଆହତ ହୋଇଛନ୍ତି। ଖବର ନେବାରେ ସେହି ଗ୍ରାମର ନକୁଳ ମାଝୀ ଓ ପରମେଶ୍ବର ପ୍ରଧାନ ନିକଟସ୍ଥ ଜଙ୍ଗଲରେ ଛେଳି କରାଉଥିଲେ।  ଉକ୍ତ ଜଙ୍ଗଲରେ ହାତୀ ଉଭୟ ଙ୍କୁ ଗୋଡ଼ାଇ ଆଣିଥିଲେ। ଜୀବନ ବଞ୍ଚାଇବା ପାଇଁ ପରମେଶ୍ବର ଓ ନେକୁଳ ଦୌଡ଼ି ଯାଇ ଏକ ପଥର ମୁଣ୍ଡିଆ ଉପରେ ଚଢିଯାଇଥିଲେ। କିନ୍ତୁ ସେଠାରେ ଏକ ଭାଲୁ ପରମେଶ୍ବର ଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ନେକୁଳ ବର୍ତ୍ତି ଯାଇଥିଲେ। କୌଣସି ମତେ ଉଭୟ ଦୌଡ଼ି ଆସି ଗ୍ରାମ ନିକଟରେ ପହଞ୍ଚିବା ପରେ ପରିବାର ଲୋକେ ଏକ ଅଟୋ ଯୋଗେ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ।ଏହି ଘଟଣାକୁ ନେଇ ତାରସିଂ ବନାଞ୍ଚଳ ଅଧିକାରୀ କୃତିବାସ କୁମାରକୁ ପଚାରିବାରୁ ସେ କହିଛନ୍ତି ଆମେ ଜାଣିବା ପରେ ବନପାଳ ଓ ବନରକ୍ଷୀ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ଘଟଣା ବିଷୟରେପଚାରି ବୁଝିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୪/୨୦୨୩--୭,୪୫ Sakhigopal News,22/4/2023

Blog Archive

Popular Posts