ଐତିହାସିକ ଠାକୁରାଣୀ ଯାତ୍ରାକୁ ନେଇ ଯାତ୍ରା କମିଟି ତରଫରୁ ସାମ୍ବାଦିକ ସମ୍ନିଳନୀ
ଭଞ୍ଜନଗର----ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାକୁ ଆଉ ମାତ୍ର ୨ଦିନ ରହିଛି। ଚଳିତ ବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ କରିବା ନେଇ ଆଜି ସ୍ଥାନୀୟ ଟାଉନ୍ ହଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି। ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଶୋୟୀ,ସଙ୍ଗଠନ ସମ୍ପାଦକ ନଗରପାଳ ଗୋପବନ୍ଧୁ ମହାପାତ୍ର,ସମ୍ପାଦକ ସୁଧୀର ରଞ୍ଜନ ବେହେରା,ସଙ୍ଗଠନ ସମ୍ପାଦକ ସୁଶାନ୍ତ ମହାପାତ୍ର,ସାଂସ୍କୃତିକ ସମ୍ପାଦକ ଜଗଦୀଶ ପାଣିଗ୍ରାହୀ,ଉପସଭାପତି ବିନୟ କୁମାର ରଥ,ମୂରଲୀଧର ପଣ୍ଡା,ସହସମ୍ପାଦକ ଡି.ଚେଲପତି ରାଓ,ଲୋକନାଥ କର ପ୍ରମୁଖ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ । ଏହି ଯାତ୍ରାରେ ଅପରାହ୍ନରେ କୁଲାଡରୁ ବ୍ୟାଘ୍ରଦେବୀଙ୍କୁ ଶୋଭାଯାତ୍ରାରେ ଅସ୍ଥାୟୀ ମଣ୍ଡପକୁ ଅଣାଯିବା ପରେ ବିଳମ୍ବିତ ରାତିରେ ଦେଶୀ ବେହେରାଙ୍କ ଦ୍ବାରା ଠାକୁରାଣୀଙ୍କୁ ଅଣାଯିବ ନେଇ ସୂଚନା ଦେଇଥିଲେ। ଏହି ଦିନ ଜିଲ୍ଲାର କଳାକାର ମାନଙ୍କ ସହ ଜିଲ୍ଲା ବାହାର ବହୁ ଦଳ ଏହି ଶୋଭାଯାତ୍ରାରେ ସାମିଲ ହେବା ନେଇ ସୂଚନା ଦେଇଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ କଳାକାରଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସହର ଉପକଣ୍ଠରେ ମୀନା ବଜାର ଅପେରା ସହ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଆଲୋକ ବ୍ୟବସ୍ଥା ଠାରୁ ଆରମ୍ଭ କରି ପାନୀୟ ଜଳ,ପାର୍କିଂ,ପରିମଳ ଆଦି ସଂର୍ପକରେ ସୂଚନା ପ୍ରଦାନ କରିଥିଲେ। ଏଥିପୂର୍ବରୁ ବିଧାନସଭାର ବାଚସ୍ପତି ତଥା ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ବିକ୍ରମ କେଶରୀ ଆରୁଖ ମୁଖ୍ୟ ରାସ୍ତାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ମଣ୍ଡପ ନିକଟକୁ ଆସି ଯାତ୍ରା ନେଇ ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ଯାତ୍ରା କମିଟି ସହ ଆଲୋଚନା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୪/୨୦୨୩---୧୦,୩୫ Sakhigopal News,30/4/2023