Breaking News

ସଂକ୍ରିଡା ପଞ୍ଚାୟତ ରେ ଅଦିନିଆ ବର୍ଷା ଓ କରକାପାତ ଯୋଗୁଁ ଧାନ ଫସଲ ନଷ୍ଟ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ



ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଚଳିତ ରବି ଋତୁର ଧାନ ଫୁଲ ଉଡାଉ ଥିବା ସମୟରେ ଅଦିନିଆ ବର୍ଷା ଓ କରକାପାତ ଯୋଗୁଁ ବ୍ଯାପକ ଧାନଫସଲ, ପନିପରିବା ନଷ୍ଟ ହୋଇଛି। ଏହାର କ୍ଷତିପୂରଣ ପାଇଁ  ସଂକ୍ରିଡା ରାଜସ୍ବ ନିରୀକ୍ଷ ଅଧିକାରୀ, ଭେଡେନ ତହସିଲଦାର, ଭେଡେନ କୃଷି ଅଧିକାରୀ, ବରଗଡ ଜିଲ୍ଲାପାଳ ଓ ଏଚଡିଏଫସି ଏରଗୋ ଇନ୍ସୁରାନ୍ସ କମ୍ପାନୀ ଅଫିସ ମାନଙ୍କୁ ଯାଇ ଦରଖାସ୍ତ ଦେଇଛନ୍ତି । ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ ନିକଟରେ ଦରଖାସ୍ତ ଦେଇ  କ୍ଷୟକ୍ଷତି ର ଅଭିଯୋଗ କରିଥିଲେ। ଚାଷୀ  ସୁବତ୍ର କୁମାର ଚାନ୍ଦ,ସାନିପାନୀ ରାମକୃଷ୍ଣ, ସଚିନ ପୁରୋହିତ, ଚାଷୀଗିରି ନଈ, ସତ୍ୟଜିତ ପୁରୋହିତ, ଗୋକୁଳ ସେଠ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଭେଡେନ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡା ଙ୍କୁ ପରାମର୍ଶ ଦେଇ ସରଜମିନ ତଦନ୍ତ କରି ରିପୋର୍ଟ ଦେବା ପାଇଁ କହିଥିଲେ । ଭେଡେନ ତହସିଲଦାର ଅତିରିକ୍ତ ତହସିଲଦାର ଦେବେନ୍ଦ୍ର ସାହୁ ଙ୍କୁ ଉପଯୁକ୍ତ ତଦନ୍ତ କରି ଧାନ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଛନ୍ତି।  ଅତିରିକ୍ତ ତହସିଲଦାର ଦେବେନ୍ଦ୍ର ସାହୁ, ସଂକ୍ରିଡା ରାଜସ୍ବ ଅଧିକାରୀ ସ୍ଵସ୍ତିକ ବଢେଇ, ଭିଏବ୍ଲ୍ଯୁ ସୌଭାଗ୍ୟ ମାଡାମ ସମେତ ବହୁ ଚାଷୀ ସରଜମିନ ତଦନ୍ତ କରି ଫେରିଯାଇଛନ୍ତି । ଏହି ସମୟରେ ଉପସ୍ଥିତ ଥିବା ଚାଷୀ ମାନେ ହେଲେ ସରପଞ୍ଚ ପ୍ରତିନିଧି ସାନ ସେଠ, ଗଂଗାଧର ବେହେରା,ଦେବେନ୍ଦ୍ର ପୁରୋହିତ, ସୁନୀଲ ପୁରୋହିତ, ଜୀବନ ବନଛୋର, ଗଣେଷ ରାଉତ, ଗୁନାରୁ ସମେତ ବହୁ ସଂଖ୍ଯାରେ ଚାଷୀ ମାନେ ଉପସ୍ଥିତ ରହି ଅଭିଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୪/୨୦୨୩---୮,୪୫ Sakhigopal News,28/4/2023

Blog Archive

Popular Posts