Breaking News

ଆଦର୍ଶ ଶିକ୍ଷକଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ଉତ୍ସବ




    ସାକ୍ଷୀଗୋପାଳ ----- କେତକୀ ପାଟଣା ନୋଡାଲ ଉଚ୍ଚ ବିଦ୍ଯାଳୟର  ପ୍ରଧାନଶିକ୍ଷକ ଶ୍ରୀ ବସନ୍ତ କୁମାର ମିଶ୍ର ଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି  ।ଆୟୋଜିତ ସଭାରେ ଅତିଥିମାନେ ଜଗନ୍ନାଥଙ୍କ ଫଟୋଚିତ୍ର ରେ ମାଲ୍ଯାର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା  ।  ଛାତ୍ରଛାତ୍ରୀ ଙ୍କ ଅନ୍ତର୍ହିତ ପ୍ରତିଭା ଚିହ୍ନଟ ପାଇଁ ସବୁ ସମୟରେ ଉଦ୍ଯମ କରି ସଫଳ ହୋଇଥିବା ଆଦର୍ଶ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଅଧ୍ଯାପକ, ଡାକ୍ତର, ଇଂଜିନିୟର, ଆଇନଜୀବୀ, ସାମ୍ବାଦିକ, ବୁଦ୍ଧିଜୀବୀ ଓ ଶତାଧିକ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଜଣାଇଥିଲେ  । ଏଥିରେ ମୁଖ୍ଯ ଅତିଥି ଭାବେ ଶିକ୍ଷାବିତ ବିଶ୍ୱନାଥ ବେହେରା ଯୋଗଦାନ କରିଥିବା ବେଳେ ଭୀମସେନ ପ୍ରଧାନ ଅଧ୍ଯକ୍ଷତା କରିଥିଲେ  ।  ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଯୋଗଦେଇ କହିଲେ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର କର୍ମମୟ ଜୀବନରେ ସହସ୍ରାଧିକ ଛାତ୍ରଛାତ୍ରୀ ମାନଙ୍କ ଜୀବନ ଗଠନକରି ଶିକ୍ଷକ ସମାଜପାଇଁ ଏକ ସ୍ୱାଗତଯୋଗ୍ୟ ସ୍ୱାକ୍ଷର ରଖି ପାରିଛନ୍ତି ବୋଲି କହିଥିଲେ। ମୁଖ୍ଯ ବକ୍ତା ବୈଦ୍ଯ ନାଥ ପାଣି ପ୍ରଧାନ ଶିକ୍ଷକ ଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ  । ସେହିପରି     ଅନ୍ଯତମ ଅତିଥି ବାମଦେବ ବରାଳ, ରମେଶ ଚନ୍ଦ୍ର ଜେନା, କପିଳେଶ୍ଵର ସାହୁ, ନରେନ୍ଦ୍ର କୁମାର କାନୁନଗୋ, ନ୍ରୁସିଂହ ଚନ୍ଦ୍ର ବେହେରା, ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ସ୍ରୁତିରଞ୍ଜନ ଦାସ, ଶ୍ଯାମ ଚନ୍ଦ୍ର ମିଶ୍ର, ଗୋବିନ୍ଦ ଫାରକ, ଯୁଗଳକିଶୋର ସାହୁ ଓ ନୀଳକଣ୍ଠ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ  । ଉକ୍ତ ଉତ୍ସବରେ ସିଆରସିସି, ପରିଚାଳନା କମିଟିର ସଭ୍ଯ ସଭ୍ଯ, ବିଦ୍ଯାଳୟ ଶିକ୍ଷକ ଶିକ୍ଷୟତ୍ରୀ, ଅବିଭାବକ,   ସ୍ଥାନୀୟ ଗ୍ରାମବାସୀ   ବିଦ୍ଯାଳୟ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ  । ଶ୍ରୀ ମିଶ୍ର ଙ୍କୁ ଉତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ବିଦାୟ ଦିଆଯାଇ ଥିଲା  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୪/୨୦୨୩---୮,୨୫ Sakhigopal News,30/4/2023

Blog Archive

Popular Posts